ଚିଲିକା ଅଞ୍ଚଳରେ ନୂତନ ପ୍ରଜାତି ଉଭୟଚର ଆମ୍ଫିପୋଡ୍ ଚିହ୍ନଟ : ଦେଖିବାକୁ ଚିଙ୍ଗୁଡ଼ି ଭଳି, ରଙ୍ଗ ଫିକା

Published By : Prameya-News7 Bureau | August 15, 2024 IST

ବ୍ରହ୍ମପୁର ୧୫: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ନିକଟସ୍ଥ ରମ୍ଭା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ଜୀବ ଆମ୍ଫିପୋଡ୍ ଚିହ୍ନଟ ହୋଇଛି  l ଏହି ଜୀବକୁ ୨୦୨୩ରେ ପାଇବା ପରେ ବିଭାଗକୁ ଆଣି  ବିଭାଗର ଡ଼. ଶେଷଦେବ ପାତ୍ର, ଗବେଷିକା ଗୀତାଞ୍ଜଳି ଭୋଇ, ପିଜି ଛାତ୍ର ଆର. କିରଣ କୁମାର ବିଭାଗର ପରୀକ୍ଷାଗାରରେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିଥିଲେ  l ଏହି ଜୀବଟି ଦେଖିବାକୁ ଚିଙ୍ଗୁଡ଼ି ଭଳି l ଏହାର ରଙ୍ଗ ଫିକା, ହଳଦିଆ, ୧୩ ଯୋଡ଼ା ଗୋଡ଼, ଆଗର ୨ଟି ଗୋଡ଼ ଶିକାର କରିବା ସହ କୌଣସି ଖାଦ୍ୟ ସାମଗ୍ରୀ ଗ୍ଲୁମକୁ ଖାଦ୍ୟ ଭାବେ ବ୍ୟବହାର କରି ଖାଇଥାନ୍ତି l ଏମାନେ ବିଷାକ୍ତ ନଥିବାରୁ ମାଛ ଓ ପକ୍ଷୀ ମାନେ ଖାଇଥାନ୍ତି l ଏମାନଙ୍କ ଶରୀରର ଖୋଳପା ଗୁଡିକ ସ୍ତରସ୍ତର ହୋଇ ରହିଥାଏ l ଏମାନଙ୍କ ଗୋଡ଼ରେ ସରୁ ସରୁ ଓ ଛୋଟ ଛୋଟ କଣ୍ଟା ଭଳି ମୁନିଆ ରହିଥାଏ  l ଏହାର ଲମ୍ବ ୧୩ ମିଲି ମିଟର l ଏହି ଜୀବ ମାନେ ସ୍ଥଳ ଓ ଜଳ ଉଭୟ ସ୍ଥାନରେ ବସବାସ କରନ୍ତି l  ଏହି ଜୀବଟି କମ୍ ଲୁଣି ପାଣି ବିଶିଷ୍ଠ ସନ୍ତସନ୍ତିଆ ଜାଗାରେ ରୁହନ୍ତି l ପୃଥିବୀରେ ୨୫ ପ୍ରକାରର ଏହି ଜୀବ ଗୁଡିକ ରହିଛନ୍ତି  l ଏହାର ନାମକରଣ ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଲୋକ ପ୍ରିୟତା ରହିଥିବାରୁ  ଫ୍ଲୋରସର ଚେଷ୍ଟିୟା ଓଡ଼ିଶୀ ବୋଲି ନାମ କରଣ ରଖାଯାଇଛି l ଏହି ଜୀବର ସବୁ ତଥ୍ୟ   ଆଇଲାଣ୍ଡ ବିଶ୍ଵବିଦ୍ୟାଳୟର ପ୍ରଫେସର ତଥା ବିଶେଷଜ୍ଞ ଆଲାନ ମାୟର୍ସଙ୍କୁ ନୂତନ ପ୍ରଜାତିର ଜୀବ ଭାବି ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥିଲା l ମାୟର୍ସ ମଧ୍ୟ ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ଏହି ଜୀବ ନୂତନ ପ୍ରଜାତିର ହୋଇଥିବାରୁ ସମ୍ପୂର୍ଣ୍ଣ ତଥ୍ୟକୁ ନ୍ୟୁଜଲାଣ୍ଡ ସ୍ଥିତ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଜର୍ନାଲ୍ ଜୁ ଟାକ୍ସାକୁ ପ୍ରଦାନ କରାଯାଇଥିଲା l ନୂତନ ପ୍ରଜାତିର ଜୀବ ଭାବେ ଜୋନାଲଜୁ ଟାକ୍ସାରେ ପ୍ରକାଶିତ ହୋଇଥିବା, ଏହି ଜୀବ ଉପରେ ଅଧିକ ଗବେଷଣା କରାଯାଉଥିବା ଚଳିତ ବର୍ଷ ବିଭାଗ ପକ୍ଷରୁ ପାଞ୍ଚଟି ନୂତନ ପ୍ରଜାତିର ଜୀବ ଚିହ୍ନଟ ହୋଇଥିବା ନେଇ ବିଭାଗର ସହକାରୀ ପ୍ରଧ୍ୟାପକ ଶେଷଦେବ ପାତ୍ର କହିଛନ୍ତି ।

You Can Read:

ଗାଁ ଗଣ୍ଡଗୋଳରେ ଯାଇଥିଲା ଜେଲ୍, ଉପକାରାଗାରରେ ମୃତ୍ୟୁକୁ ନେଇ ଏବେ ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.