ଜେଲ୍‌ରୁ ବାହାରିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମିଳିଲା ୩ ଦିନିଆ ଅନ୍ତରୀଣ ଜାମିନ

Published By : Prameya-News7 Bureau | June 09, 2024 IST

ଖୋର୍ଦ୍ଧା ୯।୬: ଜେଲ୍‌ରୁ ବାହାରିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତିନି ଦିନିଆ ସର୍ତ୍ତ ମୂଳକ ଅନ୍ତରୀଣ ଜାମିନ ମିଳିବା ପରେ ଖୋର୍ଦ୍ଧା ଜେଲ୍‌ରୁ ବାହାରିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

ଖୋର୍ଦ୍ଧା  ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ୧ଙ୍କ  ଅନୁମତି କ୍ରମେ ପ୍ରଶାନ୍ତ ଜଗଦ୍ଦେବ ତିନି ଦିନ ପାଇଁ ଜାମିନ ପାଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୧୨ ତାରିଖରେ କୋର୍ଟରେ ହାଜର ହେବେ । ତେବେ ପ୍ରଶାନ୍ତ ଖୋର୍ଦ୍ଧା ଜେଲ୍‌ରୁ ବାହାରିବା ପରେ ତାଙ୍କର ସମର୍ଥକମାନେ ଶୁଭେଚ୍ଛା ଜଣାଇବା ସହ ଏକ ଶୋଭାଯାତ୍ରାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ସହର ପରିକ୍ରମା କରିଛନ୍ତି । ଶୋଭାଯାତ୍ରା ଖୋର୍ଦ୍ଧା ଜେଲ୍ ନିକଟରୁ ବାହାରି ଖୋର୍ଦ୍ଧା ନୂଆବସ୍‌ଷ୍ଟାଣ୍ଡ ଦେଇ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ସାଧାରଣ ନିର୍ବାଚନ ବେଳେ ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନଂ ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଗିରଫ କରି ଜେଲ୍ ପଠାଇଥିଲା । ପ୍ରଶାନ୍ତଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପୀତାମ୍ବର ଆଚାର୍ଯ୍ୟ ଏବଂ ସରକାରୀ ଓକିଲ ରଜନୀ ପଟ୍ଟନାୟକ ଯୁକ୍ତି ବାଢିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଖାରଜ କରିଥିବା ସରକାରୀ ଓକିଲ ରଜନୀ ପଟ୍ଟନାୟକ କହିଥିଲେ । ପରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏସ୍‌ସିବି ମେଡିସିନ୍‌ ବିଭାଗ ନ୍ୟୁ ମେଡିସିନ୍‌  ୱାର୍ଡରେ ଚିକିତ୍ସାଧୀନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ଥ୍ୟାବସ୍ଥାରେ  ଉନ୍ନତି ଆସିବା ପରେ ସେ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ତେବେ ସେ ତିନିଦିନିଆ ଅନ୍ତରୀଣ ଜାମିନ୍‌ରେ ଜେଲ୍‌ରୁ ବାହାରିଛନ୍ତି ।

You Can Read :

ରାଜନୀତିରୁ ଅବସର ନେଲେ କନ୍ଧମାଳ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ, ଜାରି ରହିବ ସମାଜସେବା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.