କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ : ଫ୍ରିଜ୍ ମାଗୁଥିଲେ, ଦେଲେନି ବୋଲି..

Published By : Prameya-News7 Bureau | September 03, 2024 IST

ସୋର ୩।୯: କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ l ସାମାନ୍ୟ ଫ୍ରିଜ୍ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ l ନବବଧୂଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବାଲେଶ୍ବର ଜିଲ୍ଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ତେନ୍ତଳାଗଡିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସ ୧୪ ତାରିଖରେ କୁପାରୀ ପଞ୍ଚାୟତ ସରପୁର ଗ୍ରାମର ସୁଦାମ ସେଠୀଙ୍କ ଝିଅଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ତେନ୍ତାଲ ଗଡିଆ ଗ୍ରାମର ଜଗନ୍ନାଥ ଦାସ ବାହା ହୋଇଥିଲେ l ବିବାହର କିଛି ଦିନ ସବୁ ଠିକଠାକ ଚାଲିଥିବା ବେଳେ ଜଗନ୍ନାଥ ଓ ତାଙ୍କ ମା’ ଫ୍ରିଜ୍ ପାଇଁ ବାରମ୍ବାର ଝିଅକୁ ନିର୍ଯାତନା ଦେଉଥିଲେ l ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗି ରହିଥିଲା l ମଙ୍ଗଳବାର ଝିଅ ଆତ୍ମହତ୍ୟା କରିଥିବା ନେଇ ଜଗନ୍ନାଥଙ୍କ ଗ୍ରାମବାସୀ ମାନେ ଝିଅ ପରିବାରକୁ ଖବର ଦେଇଥିଲେ l ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ତାଙ୍କ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅକୁ ହତ୍ୟା କରିଥିବା ପରିବାର ଲୋକ ଦାବି କରିଛନ୍ତି l ଗ୍ରାମରେ ଉତ୍ତେଜନା ଲାଗି ରହିଛି l 

You Can Read:

୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ରୋଗୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.