ଭୁବନେଶ୍ୱର ୨୭।୧୧ : ଆସନ୍ତା ୨୮ ଓ ୨୯ରେ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ।୨୮ରେ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇପାରେ। ୨୯ରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ ଓ ଗଜପତିରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।
ସେହିପରି ୨୭ରେ ତାମିଲନାଡୁ ଉପକୂଳ ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ବାତ୍ୟା ସୃଷ୍ଟି ହୋଇପାରେ। ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଆଜି ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ୭.୬ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଫୁଲବାଣୀରେ ୯.୫, ଦାରିଙ୍ଗିବାଡ଼ିରେ ୧୦ଡିଗ୍ରୀ, ଭବାନୀପାଟଣାରେ ୧୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ୨୦ଟି ସହର ୧୫ ଡିଗ୍ରୀ ତଳେ ରହିଛି ।