'ଅଟକିଛି ମୌସୁମୀ' : ଆହୁରି ଦୁଇ ଦିନ ତାତି, ବିଭିନ୍ନ ଜିଲ୍ଲାକୁ ହିଟ୍‌ଓ୍ୱେଭ୍‌ ନେଇ ଆଲର୍ଟ

Published By : Prameya-News7 Bureau | June 18, 2024 IST

ଭୁବନେଶ୍ୱର ୧୮।୦୬ : ଆହୁରି ଦୁଇ ଦିନ ତାତି । ଆଜି ବି ରାଜ୍ୟରେ ଜାରି ରହିବ ହିଟ୍ୱେଭ୍ । ଆଜି ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡିଶାରେ ଖରାର ପ୍ରଭାବ ଅଧିକ ରହିପାରେ । ବୁଧବାର ବେଳକୁ ଏସବୁ ଭାଗରେ ତାତି ସାମାନ୍ୟ କମିବାର ସମ୍ଭାବନା ରହିଛି । ୨୦ ତାରିଖ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପାରଦ ୩୫ ଡିଗ୍ରୀ ତଳକୁ ହ୍ରାସ ପାଇବାର ସମ୍ଭାବନା ରହିଛି । କିନ୍ତୁ ଆଜିଠାରୁ ଦିନରେ ଖରା ହେଉଥିଲେ ବି ଅପରାହ୍ନରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ । 

ଅନ୍ୟପଟେ ରାଜ୍ୟରେ ଚଳିତ ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ପରିମାଣ ୪୨ ପ୍ରତିଶତରେ ପହଞ୍ଚିଛି । ଏମାସରେ ସ୍ବାଭାବିକ ଭାବରେ ୯୧.୪ ମିଲିମିଟର ବର୍ଷା ହେବା କଥା । କିନ୍ତୁ ମାତ୍ର ୩୬.୬୭ ମିଲିମିଟର ବର୍ଷା ହୋଇଛି । ୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ୨୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ସମ୍ବଲପୁରରେ ସ୍ବାଭାବିକଠାରୁ ୪୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏବେ ମୌସୁମୀ ବାୟୁ କୋରାପୁଟ ଓ ମାଲକାନଗିରିକୁ ସଂପୂର୍ଣ ଛୁଇଁଛି । ଆସନ୍ତା ୪ ଦିନ ଭିତରେ ମୌସୁମୀ ଆଗେଇବା ସହ ଆଉ କିଛି ଜିଲ୍ଲାକୁ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ଆଜି ଏବଂ କାଲି ଦୁଇଦିନ ଘଡଘଡି ସହ ବର୍ଷା ହେବ । ତେବେ ଉପକୂଳ ଜିଲ୍ଲାରେ ଗୁଳୁଗୁଳିରୁ ତ୍ରାହି ମିଳିବନି । ୨୦ ଏବଂ ୨୧ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.