କଟକ ୧୨।୪: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାର ତଦନ୍ତ କରିବ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନ୍ଆଇଏ । କମିଶନରେଟ୍ ପୋଲିସ ଠାରୁ ବିଧିବଦ୍ଧ ଭାବେ ଏନ୍ଆଇଏ ତଦନ୍ତ ଭାର ଗ୍ରହଣ କରିଛି । ବିଦେଶୀ ନାବାଳିକାଙ୍କୁ ବେଆଇନ ଭାବେ କିପରି ଭାରତରେ ଅନୁପ୍ରବେଶ କରାଯାଉଥିଲା ଓ ଏହା ପଛରେ କେଉଁମାନେ ଅଛନ୍ତି ସେ ନେଇ ଏନ୍ଆଇଏ ତଦନ୍ତ କରିବ । ଏହାସହ ବିଦେଶୀ ମାନଙ୍କୁ ବେଆଇନ ଭାବେ ଭାରତ ଭିତରକୁ ପ୍ରବେଶରେ ସହାୟତା କରୁଥିବା ଗୋଷ୍ଠୀ ସମ୍ପର୍କରେ ତଦନ୍ତ କରିବ ଏନ୍ଆଇଏ । ଏ ନେଇ କଟକ ଡିସିପି ସୂଚନା ଦେଇଛନ୍ତି ।
ଗତବର୍ଷ ନଭେମ୍ବର ୯ ତାରିଖରେ କଟକ ମଧୁପାଟଣା ଛକରୁ କମିଶନରେଟ୍ ପୋଲିସ ବାଂଲାଦେଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ବାଂଲାଦେଶୀ ନାବାଳିକାଙ୍କୁ ଢାକାର ଏକ ଗୋଷ୍ଠୀ ସହାୟତାରେ କୋଲକାତା ଓ କଟକର କିଛି ଲୋକ ଭାରତକୁ ଆଣିଥିଲେ । ସମ୍ପୃକ୍ତ ନାବାଳିକାଙ୍କୁ କୋଲକାତା, କଟକ, ଭୁବନେଶ୍ୱର ଆଦି ଅଞ୍ଚଳରେ ରଖି ଦୁର୍ବୃତ୍ତ ମାନେ ଦେହ ବ୍ୟବସାୟରେ ଲଗାଉଥିଲେ । କମିଶନରେଟ୍ ପୋଲିସ ଏ ସମ୍ପର୍କରେ ଖୋଳତାଡ କରି କୋଲକାତାର ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରିଛି ।
You Can Read:
ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କଟକରେ ବ୍ୟାପକ ପ୍ରସ୍ତୁତି, ଗଣ୍ଡଗୋଳ ନ କରିବାକୁ ଅପିଲ୍ କଲେ ଡିସିପି