ନୀଳଗିରି ୮।୬: ଆକ୍ସନ ମୋଡ଼ରେ ବାଲେଶ୍ୱର ଜିଲ୍ଲା ନୀଳଗିରିର ନବ ନିର୍ବାଚିତ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଶନିବାର ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରି ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରିଛନ୍ତି । ଡାକ୍ତର, ଫାର୍ମାସିଷ୍ଟ ଓ ଟେକନିସିଆନ ପଦବୀ ଖାଲିଥିବା ବେଳେ କିଛି ଅବ୍ୟବସ୍ଥା ବିଷୟରେ ଅବଗତ ହୋଇଥିଲେ । କାଚ କବାଟ ଭାଙ୍ଗିବା ଥିବାରୁ ଶିଶୁ ୱାର୍ଡରେ ଏସି କାମ ଦେଉନଥିବା, ସଫେଇରେ ଅବ୍ୟବସ୍ଥା ନେଇ କର୍ମଚାରୀଙ୍କୁ ତାଗିଦ କରିଥିଲେ । ନିଜସ୍ୱ ଖର୍ଚ୍ଚରୁ ଝରକା ସଜାଡ଼ିବା ସହ କିଛି ସମୟ ଛୋଟ ଛୋଟ ଶିଶୁଙ୍କ ସହିତ ବେଶ ଖୁସି ବାଣ୍ଟିଥିଲେ । ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଆହାର ମିଲ୍ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ । ନିମ୍ନମାନର ଖାଦ୍ୟ ପାଇଁ ସେ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ଭାବେ ଶପଥ ନନେଉଣୁ ତାଙ୍କର ଜନସେବା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶଂସା ସାଉଁଟିଛନ୍ତି ।
You Can Read :
ମୋ ବସ୍କୁ ପଛରୁ ପିଟିଲା ଟ୍ରକ୍, ୧୬ ଯାତ୍ରୀ ଆହତ