ନୀଳଗିରି ୪।୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ୧୦ ନମ୍ବର ୱାର୍ଡର ବିଜେଡ଼ି କାଉନସିଲର ଗୌରାଙ୍ଗ ବିନ୍ଧାଣି ଦଳ ଛାଡିଥିବା ଜଣାପଡିଛି । ସେ ପୂର୍ବରୁ ବିଜେଡିରୁ ଇସ୍ତଫା ଦେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପି ଦଳରେ ଆନୁଷ୍ଠାନିକ ଭାବେ ମିଶିଥିବା ଦେଖାଯାଇଛି । ଦଳୀୟ ଉତ୍ତରୀୟ ଦେଇ ସାଂସଦ ଓ ବିଧାୟକ ତାଙ୍କୁ ଦଳକୁ ସ୍ୱାଗତ କରି ଲଡୁ ଖୁଆଇଥିଲେ । ପୂର୍ବରୁ ନୀଳଗିରି ଏନଏସିରେ ୬ ଜଣ ବିଜେଡି କାଉନସିଲର ଓ ଜଣେ ସ୍ୱାଧୀନ କାଉନସିଲର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶିଥିବା ବେଳେ ପୁଣି ବିଜେପିରେ ଆଉ ଜଣେ କାଉନସିଲର ବିଜେପିରେ ମିଶିବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମୋଟ୍ ୧୩ ଜଣ କାଉନସିଲରରୁ ୧୧ଜଣ ବିଜେପି କାଉନସିଲର ବୃଦ୍ଧି ହୋଇଛି । ତେବେ ବିଜେପିରେ ମିଶିବା ପରେ ଦଳ ଶକ୍ତି ବୃଦ୍ଧି ପାଇଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି । ସେହିପରି ୱାର୍ଡର ବିକାଶ ଓ କର୍ମୀମାନଙ୍କର ପରାମର୍ଶ ପାଇଁ ସେ ବିଜେପିର ମିଶିଥିବା ଗୌରାଙ୍ଗ କହିଛନ୍ତି । ତେବେ ଏନଏସି ଚେୟାରମ୍ୟାନ ବିଜେଡି ହାତରେ ଥିବାବେଳେ ୧୩ଟି ୱାର୍ଡରୁ ୧୧ଟି ବିଜେପି କାଉନସିଲର ବୃଦ୍ଧି ହେବା ପରେ ଏବେ ଚେୟାରମ୍ୟାନ ପଦକୁ ନେଇ ଅନାସ୍ଥା ପ୍ରସ୍ତାବ ଆସିବା ଆଶଙ୍କା ଘାରିଥିବା ଜଣାପଡିଛି ।
You Can Read:
ମହାପ୍ରଭୁଙ୍କ ନୀତିକାନ୍ତି ସହ ଖେଳ, ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଠାକୁରଙ୍କ ନୀତିରେ ବିଳମ୍ବ