ବଜେଟ୍ ପାଇଁ ପ୍ରସ୍ତୁତି: ବିକଶିତ ଭାରତର ଏଜେଣ୍ଡା ନେଇ ସଂସଦକୁ ଆସି ପାରନ୍ତି ଅର୍ଥମନ୍ତ୍ରୀ

Published By : Prameya-News7 Bureau | June 16, 2024 IST

indiatoday

ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜୁଲାଇ ଦ୍ୱିତୀୟାର୍ଦ୍ଧରେ ବଜେଟ୍ ଉପସ୍ଥାପନ ହେବ। ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୦ରେ ଉଦ୍ୟୋଗପତିମାନଙ୍କ ସହ ବୈଠକ କରି ପରାମର୍ଶ ଲୋଡ଼ିବେ। ହେଲେ ତା ପୂର୍ବରୁ ଜୁଲାଇ ୧୮ କେନ୍ଦ୍ର ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରାଙ୍କ ସହ ଏକ ବୈଠକ ହେବ। ଏଥର ବଜେଟ୍ ମୋଦୀ ସରକାରଙ୍କ ତୃତୀୟ ପାଳିର ଅର୍ଥନୈତିକ ଏଜେଣ୍ଡା ହୋଇପାରେ। 

ମହଙ୍ଗା ସ୍ଥିତିକୁ ଆଉ ନ ବଢ଼ାଇ ଅଭିବୃଦ୍ଧି ଦିଗରେ କିଭଳି କାମ କରି ହେବ ତାହା ଏହି ବଜେଟ୍‌ରେ ମୂଖ୍ୟ ଲକ୍ଷ ହେବ। ତା’ସହିତ ଦେଶକୁ ୫ ଟ୍ରିଲିଅନ ଅର୍ଥନୀତିରେ ପରିଣତ କରିବା ଓ ୨୦୨୪୭ ସୁଦ୍ଧା ବିକଶିତ ଭାରତ ତିଆରି କରିବା ଦିଗରେ ମଧ୍ୟ ବଜେଟ୍‌ରେ ଏଜେଣ୍ଡା ରହିପାରେ। ଆରବିଆଇର ଆକଳନ ଅନୁଯାୟୀ ଗ୍ରାମୀଣ ଚାହିଦାକୁ ସୁଦୃଢ଼ିକରଣ ଏବଂ ମଧ୍ୟମ ମୁଦ୍ରାସ୍ଫୀତି ଯୋଗୁ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୭.୨ ପ୍ରତିଶତ ହାରରେ ବିକାଶ କରିବ।

ସବୁଠାରୁ ବଡ଼ କଥା ହେଲା ମୋଦୀ ସରକାରର ତୃତୀୟ ପାଳିରେ ୨.୧୧ ଲକ୍ଷ କୋଟିର ରାଜସ୍ୱ ସହିତ ମୋଦୀ ସରକାରଙ୍କ ପାଖରେ ଏକ ଉତ୍ତମ ଅର୍ଥନୈତିକ ବ୍ୟବସ୍ଥା ରହିଛି। ତେଣୁ ତୃତୀୟ ପାଳିରେ କୃଷି କ୍ଷେତ୍ରରେ ସମସ୍ୟା, ନିଯୁକ୍ତି ସୃଷ୍ଟି,ପୁଞ୍ଜିଗତ ବ୍ୟାୟ କାଏମ ରଖିବା ଓ ରାଜସ୍ୱ ବୃଦ୍ଧିକୁ ଗୁରୁତ୍ୱ ଦେବା ମୁଖ୍ୟ ଲକ୍ଷ ରହିବ।  

ତେବେ ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ବିଦେଶରେ ଅବସ୍ଥିତ ଭାରତୀୟ ଷ୍ଟାର୍ଟଅପ୍ ମାନଙ୍କୁ ଗିଫ୍ଟ ସିଟି ମାନଦଣ୍ଡରେ ସେମାନଙ୍କର ମୁଖ୍ୟାଳୟକୁ ଭାରତ ସ୍ଥାନାନ୍ତର କରିବାର ସୁଯୋଗ ଦିଆଯାଇପାରେ। ଅର୍ଥାତ ବିଦେଶରେ ଥିବା ଭାରତୀୟ ବ୍ୟବସାୟକୁ ସବୁ ଭାରତକୁ ଫେରିବ ହୋଲି ଟାଇମ୍ସ ଅଫଅ ଇଣ୍ଡିଆ ଖବର ପ୍ରକାଶ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.