କୋରୁକୋଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ : ସମିତି ସଭ୍ୟସଭ୍ୟା ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

Published By : Prameya-News7 Bureau | October 01, 2024 IST

ମାଲକାନଗିରି ୧।୧୦: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅଧ୍ୟକ୍ଷ ଜିତୁ ବୁରୁଡ଼ିଙ୍କ ବିରୁଦ୍ଧରେ ଆସିଛି ଅନାସ୍ତା ପ୍ରସ୍ତାବ । କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନରେ ଥିବା ୧୧ଜଣ ସମିତି ସଭ୍ୟସଭ୍ୟାଙ୍କ ମଧ୍ୟରୁ ୧୦ଜଣ ସୋମବାର ମାଲକାନଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଆବେଦନ କରିଛନ୍ତି । ଅଧ୍ୟକ୍ଷଙ୍କ ବିରୁଦ୍ଧରେ ପୂର୍ବରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେବା ସହ ମାସିକ ବୈଠକ ବର୍ଜନ କରିଥିବା ଉଲ୍ଲେଖ କରି ୫ଟି ଅଭିଯୋଗ ଦର୍ଶାଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯାହାକି ପୂର୍ବରୁ ଅଧକ୍ଷ ବିଭିନ୍ନ ସମୟରେ ସମିତି ସଭ୍ୟ ସଭ୍ୟାଙ୍କୁ ଅଣଦେଖା କରିବା ସହିତ ପଞ୍ଚାୟତ ସମିତିର ଉନ୍ନୟନ ଯୋଜନା ପ୍ରସ୍ତୁତ ସମୟରେ ସଭ୍ୟସଭ୍ୟାଙ୍କୁ ଅବଗତ ନକରିବା, ସେହିପରି ପଞ୍ଚାୟତ ସମିତିର କୌଣସି ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଜାଣିବାକୁ ଚାହିଁଲେ ଦୁର୍ବ୍ୟବହାର କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନିଜ ଲୋକଙ୍କୁ ବିକ୍ରି କରିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି । ଏହିସବୁ ଅସୁବିଧା ନେଇ ଅଭିଯୋଗ କରିଥିଲେ ମଧ୍ୟ ଆମ୍ଭେ କୌଣସି ସୁଫଳ ପାଇନଥିବାରୁ ଗତ ୨୭ ତାରିଖରେ ଥିବା ସମିତି ବୈଠକ ବର୍ଜନ କରିବା ସହିତ ଅନୁପସ୍ଥିତ ରହିଥିଲେ ବୋଲି ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

You Can Read:

ଟ୍ରକକୁ ପଛ ପଟୁ ପିଟିଲା ବସ୍, ୧୫ ଯାତ୍ରୀ ଆହତ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.