ମହାନଦୀ ପଠାରେ ହୋଇପାରିବନି ପିକ୍‌ନିକ୍‌, ଇଭେଣ୍ଟ ଆୟୋଜନ ଉପରେ ଲାଗିଲା କଟକଣା

Published By : Prameya-News7 Bureau | January 09, 2025 IST

କଟକ ୯୧: ମହାନଦୀ ପଠାରେ ହୋଇପାରିବ ନାହିଁ ପିକ୍‌ନିକ୍‌ । ଏପରିକି କୌଣସି ପ୍ରକାରର ଇଭେଣ୍ଟ ଆୟୋଜନ ଉପରେ ମଧ୍ୟ ଲାଗିଲା କଟକଣା । ନଦୀ ପ୍ରଦୂଷଣ ରୋକିବା ଲାଗି ସିଏମସି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ଏନେଇ ସିଏମସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । 

ବିଜ୍ଞପ୍ତି ମୁତାବକ ସିଲଭର ସିଟି ବୋଟ୍ କ୍ଲବ୍ ଠାରୁ କଟକ ଇନ୍ କଟକ ଏବଂ ତଳ ବାଲିଯାତ୍ରା ପଡିଆ ଠାରୁ ଚହଟା ଘାଟ ଯାଏଁ, ମହାନଦୀ ପଠାରେ କୌଣସି ଭୋଜି ଭାତ ଆୟୋଜନ ନକରିବାକୁ ସିଏମସି ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି । 

ବାସ୍ତବରେ ନଦୀ ପ୍ରଦୂଷଣ ନେଇ ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଛି । କଟକ ସହର ସମସ୍ୟା ସମ୍ବଧୀୟ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏ ପ୍ରସଙ୍ଗ ଉଠିଛି । ତେବେ ଅଦାଲତି ଛାଟ ବାଜିବା ଆଗରୁ ସିଏମସି ପ୍ରଶାସନ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହା କିପରି କାର୍ଯ୍ୟକାରୀ ହୋଇପାରିବ, ତା ଉପରେ ସିଏମସି କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

You Can Read:

ପୂର୍ବ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ, ବ୍ୟାଗ୍‌ରେ ମାରଣାସ୍ତ୍ର ଭର୍ତ୍ତି କରି ଭସାଇ ଦେଇଥିଲେ ଦୟା ନଦୀରେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.