ଖାଇବା ସୌଖିନ୍‌ କିମ୍‌-ଜଙ୍ଗ-ଉନ୍‌, ଜାଣନ୍ତୁ ତାଙ୍କ ମନ ପସନ୍ଦର ଖାଦ୍ୟ କେଉଁଟି ?

Published By : Prameya-News7 Bureau | November 29, 2024 IST

ନୂଆଦିଲ୍ଲୀ ୨୯।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜଙ୍ଗ-ଉନ୍‌ । ନିଜର ଅଜବ ନିର୍ଦ୍ଦେଶ ପାଇଁ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । କିମ ବହୁତ ଖାଦ୍ୟ ସୌକିନ୍‌ । ତାଙ୍କ ପରି ତାଙ୍କ ଖାଦ୍ୟ ଲିଷ୍ଟ ମଧ୍ୟ ବହୁତ ଆଶ୍ଚର୍ଯ୍ୟ । 

କିମଙ୍କୁ ଛୋଟ ଦିନରୁ ସ୍ୱିସ୍ ଚିଜ୍‌ ଖାଇବା ବହୁତ ପସନ୍ଦ । ଏହି ଖାଦ୍ୟ ନିଜର ସୁଗନ୍ଧ ଏବଂ ସ୍ୱାଦ ପାଇଁ ଜଣାଶୁଣା । ଉତ୍ତର କୋରିଆ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଟୁନା ମାଛରୁ ନିର୍ମିତ ସୁଶି କିମ ଜୋଙ୍ଗଙ୍କ ନିୟମିତ ଖାଦ୍ୟ ତାଲିକାରେ ସାମିଲ ରହିଥାଏ । 

ଏହାବ୍ୟତୀତ ସେ ସାର୍କର ପର ବା ଫିନରୁ ପ୍ରସ୍ତୁତ ସୁପ୍ ପିଇବାକୁ ପସନ୍ଦ କରନ୍ତି । କିମ୍ ଚିକେନ୍‌ରୁ ପ୍ରସ୍ତୁତ ଖାଦ୍ୟକୁ ବହୁତ ପସନ୍ଦ କରନ୍ତି । ବିଶେଷ କରି ଫ୍ରାଏଡ୍‌ ଚିକେନ ତାଙ୍କୁ ବେଶୀ ପସନ୍ଦ । ଏହାବ୍ୟତୀତ ଋଷିଆନ ଭୋଡକା ଏବଂ ସ୍ନେକ ଓ୍ବାଇନ୍‌ ପିଇବାକୁ ପସନ୍ଦ କରନ୍ତି । 

କିମ୍‌ ଏହି ଓ୍ବାଇନ୍‌ ପିଇବା ବ୍ୟତୀତ ବିଭିନ୍ନ ପ୍ରକାରର ସ୍ୟାମ୍ପେନ ପିଇବା ବହୁତ ପସନ୍ଦ କରିଥାନ୍ତି । ଏଥିମଧ୍ୟରୁ ଅନେକ ସ୍ୟାମ୍ପେନ୍‌ ଅନ୍ୟ ଦେଶରୁ ଆସିଥାଏ । କିମ ଜୋଙ୍ଗ ଉନ ବିଶେଷ ଭାବରେ ବ୍ରାଜିଲର କଫି ପସନ୍ଦ କରନ୍ତି । ଉତ୍ତର କୋରିଆ ଏହାକୁ ବ୍ରାଜିଲରୁ ଆମଦାନୀ କରେ ଏବଂ ଏହା ସେମାନଙ୍କ ମେନୁରେ ସାମିଲ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.