ଭୁବନେଶ୍ବର ୬।୧୨: ଯାତ୍ରା ପାର୍ଟିରେ ପରିବେଷଣ କରାଯାଉଥିବା ଅଶ୍ଲୀଳ ନୃତ୍ୟ ବନ୍ଦ ହେବ । ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା ।
ତେବେ ଯାତ୍ରା ପାର୍ଟିରେ ପରିବେଷଣ କରାଯାଉଥିବା ଅଶ୍ଲୀଳ ନୃତ୍ୟ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି । ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ସେପଟେ ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଖୁବ୍ଶୀଘ୍ର ସଂସ୍କୃତି ବିଭାଗ ଏଥିପାଇଁ ମାର୍ଗଦର୍ଶିକା ଆଣିବାକୁ ଯାଉଛି । ଏ ବାବଦରେ କ’ଣ ପଦକ୍ଷେପ ନିଆ ଯାଇପାରିବ ସେ ନେଇ ସରକାର ବିଚାର ବିମର୍ଷ କରୁଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
You Can Read:
ରାଜ୍ୟ ସ୍ବାର୍ଥ ପାଇଁ ଆଗେଇ ଆସୁନାହାନ୍ତି ଡବଲ୍ ଇଞ୍ଜିନ ସରକାର, ଜନ ଆନ୍ଦୋଳନକୁ ଓହ୍ଲାଇବାକୁ କଂଗ୍ରେସର ଚେତାବନୀ