ଭୁବନେଶ୍ବର ୯/୦୩: କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିଭାସ ନାୟକଙ୍କ ହତ୍ୟା ଘଟଣା ।କର୍ଣ୍ଣାଟକରୁ ସ୍ବତନ୍ତ୍ର କାର୍ଗୋ ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ମୃତଦେହ । ଏୟାରପୋର୍ଟରେ ମୃତଦେହ ନେବାକୁ ପହଞ୍ଚିଥିଲେ ମୃତ ବିଭାସଙ୍କ ପରିବାର ଲୋକ । ବିଭାସଙ୍କ ଘର କନ୍ଧମାଳ ଜିଲ୍ଲା ତେରାବାଡି ଗାଁରେ । ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବରରୁ ତେରାବାଡି ଗାଁକୁ ନିଆଯାଇଛି ।
ବିଭାସଙ୍କ ମଉସା ମନୋଜ କୁମାର ପଣ୍ଡା କହିଛନ୍ତି ସେ ଜଣେ ଉଚ୍ଚଶିକ୍ଷିତ ଯୁବକ ଥିଲେ ।ବୁଲିବା ପାଇଁ ସାଂଗମାନଙ୍କ ସହ କର୍ଣ୍ଣାଟକ ଯାଇଥିଲେ । ସେଠାରେ ବିଭାସଙ୍କ ସାଂଗରେ କିଛି ବିଦେଶିନୀ ମଧ୍ୟ ବୁଲିବାକୁ ଯାଇଥିଲେ ।
କିଛି ସ୍ଥାନୀୟ ଯୁବକ ଲୁଟ୍ କରିବା ଉଦ୍ଦେଶ୍ୟରେ ବିଭାସଙ୍କୁ ଟଙ୍କା ମାଗିଥିଲେ । ପରେ ସାଂଗରେ ଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଯାହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବିଭାସ ।ପରେ ରାଗ ରଖି ସେମାନେ ବିଭାସଙ୍କୁ ହତ୍ୟା କରିଛନ୍ତି ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଭିଯୁକ୍ତକୁ ଫାଶି ଦେବାକୁ ଦାବି ହୋଇଛି ।