ଦାଦନ ଯାଇ ଆନ୍ଧ୍ରରୁ ଯୁବକ ନିଖୋଜ, ମୋବାଇଲ ବନ୍ଦ ପୂର୍ବରୁ ଆସିଥିବା ମେସେଜ କରୁଛି ବ୍ୟତିବ୍ୟସ୍ତ

Published By : Prameya-News7 Bureau | September 27, 2024 IST

କୋରାପୁଟ ୨୭।୯: ଘରେ ଗୋଟିଏ ବୋଲି ରୋଜଗାରକ୍ଷମ ପୁଅ ଥିଲା । ଆନ୍ଧ୍ରକୁ ଦାଦନ ଯାଇ ଆଉ ଫେରି ନାହିଁ । ପୁଅର ଖୋଜ ଖବର ମିଳୁନାହିଁ କି ଫୋନ୍ ମଧ୍ୟ ଲାଗୁନାହିଁ । ହେଲେ ବ୍ୟତିବ୍ୟସ୍ତ କରୁଛି ପୁଅର ଆସିଥିବା ସେହି ମେସେଜ । କିଛି ଅଘଟଣ ଘଟିନାହିଁ ତ ପୁଅର ଫଟୋକୁ ଦେଖି ମନମନରେ କାନ୍ଦୁଛି ବାପା । ଏଭଳି କିଛି ଦୃଶ୍ୟ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । 

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅର୍ନ୍ତଗତ ହିଙ୍ଗେଇପୁଟ ଗ୍ରାମର ୧୯ ବର୍ଷୀୟ ଶିକ୍ଷିତ ଯୁବକ କିମ୍ପା ଜାନି ପରିବାରର ଅର୍ଥାଭାବ ଯୋଗୁଁ ଆନ୍ଧ୍ର ପ୍ରଦେଶର ଅତଚୁତାପରମ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ । ନେଇଥିବା ସୁପର ଭାଇଜର ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିବା ଘର ଲୋକଙ୍କୁ ଅବଗତ କରିଥିଲେ କିମ୍ପା । ଘରକୁ ଫେରୁଥିବା କଥା କହିଥିଲେ । କିନ୍ତୁ ୩ ତାରିଖଠାରୁ ଫୋନ ବନ୍ଦ ରହିଛି । ନିଜ ଭ‌ଉଣୀର ମୋବାଇଲକୁ ବନ୍ଦ ପୂର୍ବରୁ ମେସେଜ ଆସିଛି ମୋର କିଛି ହେଲେ କମ୍ପାନୀ ଓ ସୁପରଭାଇଜରକୁ ଯୋଗାଯୋଗ କରିବ । ଯାହାକୁ ଦେଖି ପରିବାର ଏବେ ଦ୍ବନ୍ଦରେ । ଏନେଇ ଆନ୍ଧ୍ର ପ୍ରଦେଶର ସ୍ଥାନୀୟ ଅଞ୍ଚଳ ଥାନାରେ ଏତଲା ଦେବା ସହ ନନ୍ଦପୁର ଥାନାରେ ସୂଚନା ଦେଇଛନ୍ତି । କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ପୁଅର ଖୋଜ ଖବର ମିଳୁନାହିଁ । ଶେଷରେ ନୟାନ୍ତ ହୋଇ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ସାହାଯ୍ୟ ମାଗିବାକୁ ଆସିଛନ୍ତି ତାଙ୍କ ବାପା ।

You Can Read:

ସୁବର୍ଣ୍ଣରେଖାରେ ଓଲଟିଲା କଦଳୀ ଭେଳା : ଜଣେ ମୃତ, ଜଣେ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.