୧୨ଟା ୯ ଯାଏଁ ବିଧାନସଭା ମୁଲତବୀ, ଗୃହ ମଧ୍ୟଭାଗକୁ ଆସି ଘଣ୍ଟ ଓ ଗିନି ବାଡ଼େଇଲା କଂଗ୍ରେସ

Published By : Prameya-News7 Bureau | March 24, 2025 IST

ଭୁବନେଶ୍ୱର ୨୪।୦୩ : ବିଧାନସଭା ବଜେଟ୍‌ ଅଧିବେଶନ । ସୋମବାର ଗୃହ ଆରମ୍ଭ ହେବା ମାତ୍ରେ ଶୁଭୁଥିଲା ଘଣ୍ଟ ଓ ଗିନି । ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଘଣ୍ଟ ଓ ଗିନି ବଜାଇଥିଲେ ବିରୋଧୀ କଂଗ୍ରେସ । ଏପିରିକି ଗୃହ ମଧ୍ୟ ଭାଗକୁ ଆସି ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ । ଯାହାଫଳରେ ବିଧାନସଭାକୁ ୧୨ଟା ୯ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ଦୁଇ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭାର ବଜେଟ ଅଧିବେଶନ । ସୋମବାର ଗୃହ ଆରମ୍ଭ ହେବା ମାତ୍ରେ ଦେଖିବାକୁ ମିଳିଥିଲା କଂଗ୍ରେସ ଓ ବିଜେଡିଙ୍କ ବିରୋଧ । ଉଭୟ ବିରୋଧୀ ଦଳ ଗୃହ ମଧ୍ୟଭାଗକୁ ଆସି କରିଥିଲେ ବିଭିନ୍ନ ପ୍ରସଙ୍ଗ ନେଇ ନାରାବାଜି କରିଥିଲେ । କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା କରୁଥିବା ବେଳେ ବିଜେଡି ଶିକ୍ଷା ଓ ନିଯୁକ୍ତିରେ ପଛୁଆବର୍ଗଙ୍କୁ ସଂରକ୍ଷଣ ନେଇ ହଟ୍ଟଗୋଳ କରିଥିଲେ । ଏପରିକି ବିଧାନସଭାରେ କଂଗ୍ରେସ ପକ୍ଷରୁ ଘଣ୍ଟ ଓ ଗିନି ବାଡେଇଥିଲେ । ବିରୋଧୀଙ୍କୁ ନିଜ ନିଜ ସିଟ୍‌ ବସିବାକୁ କହିଥିଲେ ବାଚସ୍ପତି । ହେଲେ ବିରୋଧୀ ଶୁଣିବାକୁ ନାରାଜ। ଯାହାଫଳରେ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ମଧ୍ୟାହ୍ନ ୧୨ଟା ୯ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । 

ସେପଟେ ମୁଲତବୀ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ ଜାରି ରଖିଛି । ବାକି ବିଜେଡି ମଧ୍ୟ ବିଧାନସଭା ପରିସରରେ ଆନ୍ଦୋଳନ ଜାରି ରଖିଛି ।  


  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.