ବିଧାନସଭାରେ ଅଚଳାବସ୍ଥା ଜାରି : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି

Published By : Prameya-News7 Bureau | March 11, 2025 IST

ଭୁବନେଶ୍ବର : ଚାଲିପାରୁନି ଗୃହ । ଅଚଳାବସ୍ଥା ଜାରି । ପୁଣି ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି ସୁରମା ପାଢ଼ୀ । ଗୃହ ଚାଲି ନ ପାରିବାରୁ ମୁଲତବି କଲେ ବାଚସ୍ପତି । 

ବିଧାନସଭା ତୃତୀୟ ଦିନରେ ଗୃହରେ ହଙ୍ଗାମା ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ । ପୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି । ଗୃହ ଚାଲି ନ ପାରିବାରୁ ମୁଲତବୀ କଲେ ବାଚସ୍ପତି । ଶାସକ-ବିରୋଧୀ ହାତାହାତିରୁ ଜାରି ରହିଛି ଅଚଳାବସ୍ଥା ।

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟତ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । 

ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଛନ୍ତି । 

You Can Read:

ହାଇକୋର୍ଟରେ ଆବେଦନ ଖାରଜ, ଜଳେଶ୍ବର ଓ ନର୍ଲା ବିଧାୟକଙ୍କ ବିରୋଧରେ ଚାଲିବ ନିର୍ବାଚନୀ ଅନିୟମିତତା ମାମଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.