ବିଧାନସଭା ଅଧିବେଶନର ୮ମ ଦିନ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ

Published By : Prameya-News7 Bureau | July 31, 2024 IST

ଭୁବନେଶ୍ୱର ୩୧।୦୭: ସପ୍ତଦଶ ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ । କୃଷି ଓ କୃଷକ ସଶକ୍ତି କରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ଶକ୍ତି,ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ପ୍ରଶ୍ନକାଳ ରହିଛି l   

ଅନ୍ୟପଟେ ଶୂନ୍ୟକାଳରେ ବେଶ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ବିରୋଧୀ ଓ ଶାସକ ଗୃହରେ ଉଠାଇପାରନ୍ତି l  ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆସିବାର ମଧ୍ୟ ସମ୍ଭାବନା ରହିଛି l ଏହାସହିତ ୯୫ ହଜାର କୋଟିର ଲେଖା ଅନୁଦାନକୁ ବ୍ୟୟ  ମଂଜୁର ବିଲ   ପାରିତ କରାଯିବାର କାର୍ଯ୍ୟକ୍ରମ ରହିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.