ଭୁବନେଶ୍ୱର ୧୧।୧୨ : ବିଧାନସଭା ଶୀତକାଳୀନ ଅଧିବେଶନ । ବୁଧବାର ଦିନ ବେଶ୍ ସରଗରଣ ରହିପାରେ ଗୃହ । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ଏମ୍ଏସଏମ୍ଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି।
ସେହିପରି ଶୂନ୍ୟକାଳରେ ମିଶନ ଶକ୍ତି ମହିଳାମାନେ ରାଜରାସ୍ତାରେ ଦରମା ପାଇଁ ଆନ୍ଦୋଳନ କରିବା ରେଲୱେ ୱାଲଟିଅର ଡିଭିଜନ ଉଠିଯିବା ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ । ସରକାରୀ ଦଳ ନିଜ ସଫଳତାକୁ ମଧ୍ୟ ଉଠାଇପାରେ । ତେବେ ଦୁଇଦିନ ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ ପ୍ରସଙ୍ଗରେ ଗୃହ ଭିତରେ ଓ ବାହାରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଏବଂ ଶାସକ l ତେଣୁ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି l ସେହିପରି ବିରୋଧୀ ବିଜେଡି ମୁଲତବୀ ପ୍ରସ୍ତାବ ଆଣିବ l ଯାହାକୁ ନେଇ ଗୃହ ବେଶ ଉଷ୍ମ ହୋଇପାରେ l