ଓଡ଼ିଆ ଅସ୍ମିତା ଆଉ ପରମ୍ପରାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ନିଜ ଗାଁରେ ସାନ୍ତାଳୀ ସମ୍ପ୍ରଦାୟ ସହ ପାଳିବେ ଦୀପାବଳି

Published By : Prameya-News7 Bureau | October 31, 2024 IST

ଭୁବନେଶ୍ବର ୩୧।୧୦: ଦୀପାବଳିରେ ଓଡ଼ିଆ ଅସ୍ମିତା ଆଉ ପରମ୍ପରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱ । ନିଜ ଗାଁରେ ଓ ସମ୍ପ୍ରଦାୟ ସହ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ । ଆଦିବାସୀ ପରମ୍ପରା ଅନୁଯାୟୀ ଦୀପାବଳି ପାଳିବେ । 

ଗୁରୁବାର ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇ ନିଜ ଗାଁ ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ । ଗାଁରେ ନିଜ ସାନ୍ତାଳୀ ସମ୍ପ୍ରଦାୟର ପରମ୍ପରା ଅନୁସାରେ ଦୀପାବଳି ପାଳନ କରିବେ । ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ସମୟ କାଟିବେ । ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଅନୁସାରେ ଦୀପାବଳିରେ ସାନ୍ତାଳୀ ମାନଙ୍କ ବଡ଼ ପର୍ବ ସୋହରାଇ ପୂଜାରେ ସାମିଲ ହେବେ ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ । ମୁଖ୍ୟମନ୍ତ୍ରୀ ମଧ୍ୟ ଗାଁରେ ଏହି ପୂଜାରେ ସାମିଲ ହେବେ ।

You Can Read:

କରମଡିହିରେ ୫ ଜଣକୁ ନିର୍ମମ ହତ୍ଯା : ୧୩ ଜଣକୁ ଅଟକ ରଖି ପୋଲିସର ପଚରାଉଚରା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.