ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅର୍ପିତା ଚୌଧୁରୀ

NEWS7
odisha-cm-proposes-rs-3056-crore-for-gopabandhu-jan-arogya-yojana-in-the-state-budget

କଟକ ୩୦।୧୨ : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା। ପୁରା ଘଟଣାରେ ଆଉ ଏକ ଟ୍ୱିଷ୍ଟ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କ ସହ ଆଗୁଆ ଜାମିନ ଆବେଦନ କଲେ ଅର୍ପିତା। ଗିରଫଦାରୀକୁ ଏଡ଼ାଇବା ଲାଗି ଜାମିନ୍ ଆବେଦନ କରିଥିବାର ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ, ଗତ ୨୧ ତାରିଖରେ ହ୍ୟୁମାନଙ୍କ ମା’ ଶେଫାଳୀ ସୁନା ନିଜ ପୁଅର ମୃତ୍ୟୁ ରହସ୍ୟରୁ ପରଦା ହଟାଇବା ପାଇଁ କଟକ ମର୍କତନଗର ଥାନାରେ ଏତଲା ଦେଇଥିଲେ । ଏହି ଏତଲାରେ ସୋମେଶ ଶତପଥୀ, ଅର୍ପିତା ଚୌଧୁରୀଙ୍କ ସମେତ ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ । ପୁଅର ମୃତ୍ୟୁ ପାଇଁ ଏହିମାନଙ୍କୁ ଦାୟୀ କରି ଥାନା ଅଭିଯୋଗ ଦାୟର କରିଥିଲେ ଶେଫାଳୀ ସୁନା। ଶାରୀରିକ ଆଘାତ ପହଞ୍ଚାଇବା, ମାନସିକ ନିର୍ଯାତନା ଦେବା, ଧମକଚମକ ଦେବା, ବିଭିନ୍ନ ଚାପ ପ୍ରୟୋଗ କରିବା ଓ ଆର୍ଥିକ ସ୍ତରରେ ଲାଭବାନ ହେବାର ଉଦ୍ଦେଶ୍ୟ ରଖିବା ଯୋଗୁଁ ହ୍ୟୁମାନଙ୍କର ମୃତ୍ୟୁ ହୋଇଥିବା ନେଇ ଏତଲାରେ ଆଶଙ୍କା କରିଥିଲେ ମା’ଶେଫାଳି। ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସେମାନଙ୍କର ମଧ୍ୟ ସମାନ ତଥ୍ୟ ସଂଗ୍ରହ କରି ଯାଞ୍ଚ୍ କରିବାକୁ ହ୍ୟୁମାନ୍‌ଙ୍କ  ମା’ ଦେଇଥିବା ଏତଲାରେ ଅନୁରୋଧ କରିଥିଲେ।