ମହିଳାଙ୍କ ରକ୍ଷା ଓ ସୁରକ୍ଷା ପାଇଁ ସରକାରଙ୍କୁ ଟିକେ ସଦ୍‌ବୁଦ୍ଧି ମିଳୁ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଏଭଳି କହିଲେ କଂଗ୍ରେସ ପ୍ରଭାରୀ

Published By : Prameya-News7 Bureau | March 24, 2025 IST

ଭୁବନେଶ୍ବର ମହିଳାଙ୍କ ରକ୍ଷା ସୁରକ୍ଷା ପାଇଁ ସରକାରଙ୍କୁ ଟିକେ ସଦବୁଦ୍ଧି ମିଳୁ । ଏଭଳି କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ।  ସେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ବେଳେ କଂଗ୍ରେସ ପ୍ରଭାରୀ ଏଭଳି କହିଛନ୍ତି । ପ୍ରଭାରୀଙ୍କ ସହ କଂଗ୍ରେସ ବରିଷ୍ଠ ନେତା ସୁରେଶ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ । 

ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ପ୍ରଭାରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଭଲ ହେଲା । ଆମେ ସମସ୍ତେ ଦର୍ଶନ କଲୁ । ଓଡ଼ିଶାରେ ଶାନ୍ତି ହେଉ ସଦଭାବନା ଆସୁ, ରାଜ୍ୟବାସୀ ଏକଜୁଟ ହୁଅନ୍ତୁ । ଓଡ଼ିଶାରେ ଯେପରି ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ମହିଳାଙ୍କ ସୁରକ୍ଷା ପାଇଁ ଯେଉଁ ପ୍ରଶ୍ନ ଠିଆ ହେଉଛି, ମହିଳାଙ୍କ ରକ୍ଷା ସୁରକ୍ଷା ପାଇଁ ସରକାରଙ୍କୁ ଟିକେ ସଦବୁଦ୍ଧି ମିଳୁ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ କହିଛନ୍ତି । ଓଡ଼ିଶାରେ ଯେଉଁପରି ସମ୍ପତ୍ତି ସବୁ ଲୁଟ୍ ହେଉଛି, ଜଙ୍ଗଲ ଲୁଟ୍ ହେଉଛି, ଜଙ୍ଗଲ ଅଧିକାରୀ ଏଠି ସୁରକ୍ଷିତ ନାହାନ୍ତି । ଆଦିବାସୀ ଭାଇଭଉଣୀଙ୍କୁ ଜଙ୍ଗଲରେ ଅଧିକାର ମିଳୁ । ଶ୍ରୀଲିଙ୍ଗରାଜ ଙ୍କୁ ଭେଟିବା ପରେ ମତେ ବହୁତ ଭଲ ଲାଗିଲା ବୋଲି ପ୍ରଭାରୀ ଅଜୟ ଲଲ୍ଲୁ କହିଛନ୍ତି । 

ସେପଟେ ଡିଲିମିଟେସନ ନେଇ ଅଜୟ ଲଲ୍ଲୁ କହିଛନ୍ତି, ଏ ପ୍ରସଙ୍ଗରେ ଦଳର ଅଧ୍ୟକ୍ଷ ବେଶୀ ଭଲରେ କହିପାରିବେ । ସେଠାରେ ସେ ନିଜେ ଉପସ୍ଥିତ ଥିଲେ କ’ଣ ଆଲୋଚନା ହେଲା କିଏ କିଏ ଥିଲେ ସେ ସମସ୍ତ ତଥ୍ୟ ସେ ବିସ୍ତୃତରେ କହିପାରିବେ । ଏହା ଉପରେ କହିବା ପୂର୍ବରୁ ନିର୍ବାଚନ ଆୟୋଗ କ’ଣ ମାପଦଣ୍ଡ କରିଛି ତା ବିଷୟରେ ଜାଣିବା ଦରକାର ବୁଝିବା ଦରକାର । ପରେ ମୁଁ ଆପଣଙ୍କୁ ଏହାର ଉତ୍ତର ଦେବି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ କହିଛନ୍ତି ।


You Can Read:

ଆକ୍ରମଣ କରି ଘରେ ବୁଲାଇଲେ କଳାକନା, ମୋବାଇଲ ଦୋକାନରୁ ଲୁଟ୍ ବେଳେ ଧରାପଡ଼ିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.