ପଶ୍ଚିମବଙ୍ଗରେ ମମତା ବନାମ ଶୁଭେନ୍ଦୁ ଫାଇଟ, ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

NEWS7
odisha-dgp-orders-crime-branch-probe-

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ରାଜ୍ୟରେ ସମୁଦାୟ ୨୯୪ ବିଧାନସଭା ସିଟ୍ ରହିଥିବା ବେଳେ, ଦଳ ସୋମବାର ପ୍ରାୟ ୧୪୪ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଅର୍ଥାତ ପ୍ରାୟ ଅଧାରୁ ଅଧିକ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିଛି। ବଡ଼ କଥା ହେଲା ବିଜେପି ଏହି ତାଲିକାରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ମଧ୍ୟ ରହିଛି । ସେ ନନ୍ଦିଗ୍ରାମ ବ୍ୟତୀତ ଭବାନୀପୁର ବିଧାନସଭା ସିଟରୁ ଲଢ଼ିବେ। ମମତା ବାନାର୍ଜୀ ଏହି ଆସନରୁ ନିର୍ବାଚନ ଲଢ଼ନ୍ତି ଆଉ ଏବେବି ସେ ସେହି ଆସନରୁ ବିଧାୟକ ଅଛନ୍ତି।

ସେହିଭଳି ବିଜେପି, ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ଖଡ଼ଗପୁର ସଦର ଆସନରୁ ମଇଦାନକୁ ଓହ୍ଲାଇଛି। ବିଜେପି ନିଜ ଫାୟାରବ୍ରାଣ୍ଡ୍ ମହିଳା ନେତା ଅଗ୍ନିମିତ୍ରା ପଲଙ୍କୁ ଆସନସୋଲ ଦକ୍ଷିଣରୁ ନିର୍ବାଚନ ଲଢ଼ିବା ନିଷ୍ପତ୍ତି ନେଇଛନ୍ତି। ଯେତେବେଳେକି ପୂର୍ବତନ ରାଜ୍ୟସଭା ସାଂସଦ ସ୍ବପନ ଦାସଗୁପ୍ତା ରାଶବେହାରୀ ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ। ତେବେ ଶୁଭେନ୍ଦୁ ଅଧିକାରୀ ଭବାନୀପୁରରୁ ନିର୍ବାଚନ ଲଢ଼ିବା ନିଷ୍ପତ୍ତି ପୁଣି ଥରେ ପଶ୍ଚିମବଙ୍ଗରେ ରୋଚକ ପଲିଟିକାଲ ଫାଇଟ ଦେଖିବାକୁ ମିଳିବା ସମ୍ଭାବନା ବଢ଼ିଛି।

 

ପୂର୍ବ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀଙ୍କୁ ଠାରୁ ହାରିଥିଲେ ମମତା

ସୂଚନାଥାଉକି, ପୂର୍ବ ବିଧାନସଭା ନିର୍ବାଚନ ମମତା ବାନାର୍ଜୀ ନନ୍ଦୀଗ୍ରାମ ସିଟରୁ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ହାରିଯାଇଥିଲେ। ସେପଟେ ଭବାନୀପୁରରୁ ଟିଏମସି ବିଧାୟକ ସୋଭନଦେବ ଚଟ୍ଟେପାଧ୍ୟାୟ ବିଜୟୀ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସୋଭନଦେବ ମମତାଙ୍କ ପାଇଁ ନିଜ ସିଟ୍ ଛାଡ଼ିଥିଲେ। ଆଉ ସେଠାରୁ ଉପନିର୍ବାଚନରେ ମମତା ବିଜୟୀ ହୋଇ ପଶ୍ଚିମବଙ୍ଗ ବିଧାନସଭା ଯାଇଥିଲେ। ଏମିତିରେ ଟିଏମସିର ଗଡ଼ କୁହାଯାଉଥିବା ଭବାନୀପୁରରେ ଶୁଭେନ୍ଦୁ ଅଧିକାରୀଙ୍କୁ ମଇଦାନଙ୍କୁ ଓହ୍ଲାଇବା ନିଷ୍ପତ୍ତି ବିଜେପିର ଆକ୍ରାମକ ରଣନୀତିର ସଙ୍କେତ ଦେଉଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡରେ ନିର୍ବାଚନ କମିଶନ: ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୪ ଆଇପିଏସ ଅଫିସରଙ୍କୁ ବଦଳି

ରବିବାର ଘୋଷଣା ହୋଇଥିଲା ପଶ୍ଚିମବଙ୍ଗ ନିର୍ବାଚନ ତାରିଖ

ସୂଚନାଥାଉକି, ରବିବାର ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଆଉ ଏହାର ଠିକ ଗୋଟିଏ ଦିନ ପରେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପଶ୍ଚିମବଙ୍ଗ ନିର୍ବାଚନ ୨୩ ଏପ୍ରିଲ ଏବଂ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ମଧ୍ୟ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର।

ମେ ୪ରେ ହେବ ଭୋଟ ଗଣତି

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ମେ ୪ରେ ହେବ। ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀର ନିର୍ବାଚନ ଫଳାଫଳ ମଧ୍ୟ ସେହି ଦିନ ଘୋଷଣା କରାଯିବ। ୨୦୨୧ ବଙ୍ଗଳା ବିଧାନସଭା ନିର୍ବାଚନରେ, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ୨୧୫ଟି ଆସନ ଜିତିଥିଲା। ସେହିଭଳି ଭାରତୀୟ ଜନତା ପାର୍ଟି ୭୭ଟି ଆସନ ସହିତ ମୁଖ୍ୟ ବିରୋଧୀ ଦଳ ଭାବରେ ଉଭା ହୋଇଥିଲା। ଗତ ବର୍ଷ, ରାଜ୍ୟର ବିଧାନସଭା ନିର୍ବାଚନ ଆଠଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଏଥର, ନିର୍ବାଚନ କମିଶନ କେବଳ ଦୁଇଟି ପର୍ଯ୍ୟାୟରେ ବଙ୍ଗଳା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: Assembly Election 2026: ଏପ୍ରିଲରେ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ବିଧାନସଭା ନିର୍ବାଚନ, ଘୋଷଣା କଲେ ନିର୍ବାଚନ ଆୟୋଗ