IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ସୁରେଶ ଦେବଦତ୍ତ ସିଂ କଟକ-ଭୁବନେଶ୍ୱରର ନୂଆ ସିପି

Published By : Prameya-News7 Bureau | September 29, 2024 IST

ଭୁବନେଶ୍ୱର: IPS ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ବଦଳିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ ହୋଇଛନ୍ତି। ସୁରେଶ ଦେବଦତ୍ତ ସିଂ କଟକ-ଭୁବନେଶ୍ୱରର ନୂଆ କମିଶନର ହୋଇଛନ୍ତି। ସେହିପରି ଉମା ଶଙ୍କର ଦାସଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। 

ସେହିପରି ଏ.କେ ରୟଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ୱ ଦିଆଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି। ଆର୍‌ପି କୋଚେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳି କରାଯାଇଛି। ସନ୍ତୋଷ ବାଲାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସେହିପରି ଗୃହ ବିଭାଗ OSD ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କର ବଦଳି ହୋଇଛି। ତାଙ୍କୁ ରେଲଓ୍ୱେ ଓ ଉପକୂଳ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।


ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି। କଟକ ସ୍ଥିତ ପୁଲିସ ମୁଖ୍ୟାଳୟର ADGP ଭାବେ ନୂଆ ଦାୟିତ୍ୱ ପାଇଛନ୍ତି ଦୟାଲ୍ ଗଙ୍ଗୱାର। ରାଜେଶ କୁମାରଙ୍କୁ ସ୍ପେଶିଆଲ୍ ଆର୍ମଡ ପୁଲିସ ADGP ଭାବେ ବଦଳି କରାଯାଇଛି। 


ସେହିଭଳି ସାର୍ଥକ ଷଡ଼ଙ୍ଗୀ ଦକ୍ଷିଣାଞ୍ଚଳ ଡିଆଇଜି, ନୀତିଶେଖର ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି, ବ୍ରିଜେଶ ରାୟ ପଶ୍ଚିମାଞ୍ଚଳ ଡିଆଇଜି, ଚରଣସିଂହ ମୀନା କେନ୍ଦ୍ରାଞ୍ଚଳ ଡିଆଇଜି, ସତ୍ୟଜିତ ନାୟକଙ୍କୁ ପୂର୍ବାଞ୍ଚଳ ଡିଆଇଜି ଭାବରେ ବଦଳି କରାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.