ଭୁବନେଶ୍ବର ୨।୮: ନିବେଶକ ସମ୍ମିଳନୀ କରିବେ ରାଜ୍ୟ ସରକାର । ଆସନ୍ତା ୭, ୮ ଓ ୯ ତାରିଖରେ ସରକାର ନିବେଶକ ସମ୍ମିଳନୀ କରିବେ । ମୋହନ ସରକାରଙ୍କ ଏହା ପ୍ରଥମ ନିବେଶକ ସମ୍ମିଳନୀ । ପୁନେ ଓ ଅହମ୍ମଦାବାଦରେ ଏହି ସମ୍ମିଳନୀ ଆୟୋଜନ ହେବ । ଅଟୋମୋବାଇଲ, ଫୁଡ ପ୍ରୋସେସିଂ, ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି, ମେଟାଲ କ୍ଷେତ୍ରରେ ନିବେଶକଙ୍କ ସହ ଶିଳ୍ପ ବିଭାଗ ଅଧିକାରୀ ୱାନ ଟୁ ୱାନ ଆଲୋଚନା ଓ ଗୋଲ୍ ଟେବୁଲ ବୈଠକ କରିବେ । ଏହି ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ଶିଳ୍ପ ସଚିବ, ଏମଏସଏମଇ ମନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
୨୦୨୯ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଚଳିତ ବର୍ଷ ଉତ୍କଳ ଉତ୍କର୍ଷ ସମ୍ମିଳନୀ ଆୟୋଜନ କରି ଅଧିକ ପୁଞ୍ଜି ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ।
You Can Read:
ଖୁବ୍ଶୀଘ୍ର ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା, ଦର ତାଲିକା ଲଗାଯିବା ପାଇଁ ପ୍ରସ୍ତାବ