ଓଡ଼ିଶା ମାଷ୍ଟରସ୍-୨୦୨୪ ଉଦଘାଟିତ, ଉପମୁଖ୍ୟମନ୍ତ୍ରୀ କହିଲେ- ବ୍ୟାଡ଼ମିଣ୍ଟନରେ ଓଡ଼ିଶା ନାଁ କରିବ

Published By : Prameya-News7 Bureau | December 10, 2024 IST

News7

କଟକ: ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ଅଭାବ ନାହିଁ, ଏବଂ ଆଗକୁ ବ୍ୟାଡ଼ମିଣ୍ଟନ ଭଳି ଖେଳରେ ଓଡିଶା ଉତ୍କର୍ଷ ଲାଭ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। କଟକରେ ଆଜି ଓଡ଼ିଶା ମାଷ୍ଟରସ୍-୨୦୨୪ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ  ଏହି ଇଣ୍ଟରନ୍ୟାସନାଲ ଇଭେଣ୍ଟରେ ଯୋଗଦେଇ ଆଜି ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି। ତୃତୀୟ ଥର ପାଇଁ କଟକଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ସମାରୋହରେ କଟକ ବାରବାଟୀ ବିଧାୟିକା, ସୋଫିଆ ଫିର୍ଦ୍ଦୋସ, କ୍ରୀଡା ବିଭାଗ ପ୍ରମୁଖ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। 

ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ ଓ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ର ମିଳିତ ସହଭାଗିତାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷ ଭାରତ, ଜାପାନ, ଇଣ୍ଡୋନେସିଆ, ଚୀନ, ଡ଼େନମାର୍କ, ବୁଲଗେରିଆ ଆଦି ସମୁଦାୟ ୨୯ଟି ଦେଶରୁ ପ୍ରାୟ ୩୦୦ କ୍ରୀଡ଼ାବିତ୍‌ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟର ସମୁଦାୟ ପୁରସ୍କାର ଧନରାଶି ପାଖାପାଖି  ୭୫ ଲକ୍ଷ ଟଙ୍କା ରହିଛି। ଆଜି ସମୁଦାୟ ୮ଟି ମ୍ୟାଚ ଖେଳାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.