SI ପ୍ରଶ୍ନପତ୍ର ଲିକ୍ ମାମଲା, ରିମାଣ୍ଡରେ ଆସିବ ସିଲିକନ୍‌ ଟେକ୍‌ଲାବ୍‌ର ମାଲିକ

NEWS7
odisha-matric-result-to-published-on-26th-may

କଟକ ୦୨।୦୨ : ହାଇକୋର୍ଟରେ ହୋଇଥିବା ଏଏସ୍ଓ (ଆସିଷ୍ଟାଣ୍ଟ୍ ସେକ୍ସନ୍ ଅଫିସର) ପରୀକ୍ଷା ପ୍ରଶ୍ନ ପ୍ରଘଟ ମାମଲାରେ ସିଲିକନ୍ ଟେକ୍ ଲାବର ମାଲିକ ସୁରେଶ ନାୟକକୁ ରିମାଣ୍ଡରେ ଆଣିବ କଟକ କମିସନରେଟ୍ ପୋଲିସ । ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ସୁରେଶ ନାୟକ ଗିରଫ ହୋଇ ଜେଲରେ ଅଛି । ଲାଲ୍‌ବାଗ୍‌ ଥାନା ପୋଲିସ ଖୁବଶୀଘ୍ର ସୁରେଶକୁ ନିଜ ମାମଲା ସହିତ ଯୋଡ଼ିବ ଓ ଜେରା କରିବା ପାଇଁ କୋର୍ଟରେ ରିମାଣ୍ଡ ଆବେଦନ କରିବ ବୋଲି ସୂଚନା ମିଳିଛି ।

ଗତ ଜୁଲାଇ ମାସରେ ହୋଇଥିବା ଏଏସ୍ଓ ପରୀକ୍ଷା ପରିଚାଳନା ଦାୟିତ୍ୱ ‘ସିଲିକନ୍ ଟେକ୍ ଲାବ୍’ ସଂସ୍ଥା ପାଖରେ ଥିଲା । ମାତ୍ର ପରୀକ୍ଷା ପରେ କର୍ତ୍ତୃପକ୍ଷ ଜାଣିବାକୁ ପାଇଲେକି, ପରୀକ୍ଷାର ପ୍ରଶ୍ନ ପୂର୍ବରୁ ଲିକ୍ ହୋଇଛି । ତେଣୁ ପରୀକ୍ଷାକୁ ରଦ୍ଦ କରାଯାଇଥିଲା । ପରେ ଲାଲ୍ବାଗ ଥାନାରେ ଏତଲା ହେବାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରଶ୍ନ ଲିକ୍ ପଛରେ ସିଲିକନ୍ର ହାତ ଥିବା ସ୍ପଷ୍ଟ ହୋଇଥିଲା । ଏପରିକି ସଂସ୍ଥାର ମାଲିକ ସୁରେଶ ନାୟକଙ୍କ ଜାଣତରେ ଏହି କେଳେଙ୍କାରୀ କରାଯାଇଥିଲା । ତନ୍ମଧ୍ୟରୁ ଗତକାଲି ୪ ଜଣ କର୍ମଚାରୀ ଓ ୨ ଦଲାଲଙ୍କୁ ପୁଲିସ ଗିରଫ କରିଥିଲା । ପରେ ପୁଲିସ ବହୁ ଲୋକଙ୍କୁ ପଚରାଉଚରା କରିଥିଲା । ଏହି କ୍ରମରେ ଜେଲ୍ରେ ଥିବା ସଂସ୍ଥାର ମାଲିକ ସୁରେଶ ନାୟକ ଓ ଅନ୍ୟ ୪ ଜଣଙ୍କୁ ଲାଲ୍ବାଗ୍ ପୋଲିସ ଏଏସ୍ଓ ପ୍ରଶ୍ନଲିକ୍ ମାମଲାରେ ଖୁବଶୀ ଯୋଡ଼ିବ । ଏହା ପରେ ସୁରେଶକୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ । ଏସ୍ଆଇ ମାମଲା ଏବେ ସିବିଆଇ ଦ୍ୱାରା ତଦନ୍ତ କରାଯାଉଛି । ମାମଲା ମଧ୍ୟ ସିବିଆଇ କୋର୍ଟରେ ଅଛି । ତେଣୁ ରିମାଣ୍ଡରେ ଆଣିବା ପାଇଁ ଅଳ୍ପ ଦିନ ମଧ୍ୟରେ କଟକ ପୁଲିସ ସୁରେଶର ରିମାଣ୍ଡ ଆବେଦନ କରିବ ବୋଲି ସୂଚନା ମିଳିଛି ।