ଖୁବ୍‌ଶୀଘ୍ର ବଛାହେବ ଓଡ଼ିଶା ପିସିସି ମୁଖିଆ, ଆସୁଛନ୍ତି କଂଗ୍ରେସର ଦୁଇ ବରିଷ୍ଠ ନେତା

Published By : Prameya-News7 Bureau | October 18, 2024 IST

ଭୁବନେଶ୍ବର ୧୮।୧୦: ଆସନ୍ତା ୨୫ ତାରିଖ ପରେ ଓଡିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ । ତାଙ୍କ ସହ ରାହୁଲ ଗାନ୍ଧୀଙ୍କ କୋର୍ ଟିମ୍‌ରେ କାମ କରୁଥିବା ମିନାକ୍ଷୀ ନଟରାଜନ । ଏହି ଦୁଇ ନେତାଙ୍କୁ ଓଡିଶା ପିସିସି ସଭାପତି ବାଛିବା ପାଇଁ ଦାୟିତ୍ୱ ଦିଆଯାଇଛ । ଦୁଇ ଦିନ ଓଡ଼ିଶାରେ ରହିବେ ଉଭୟ । ସଂଗଠନ ଓ ନେତୃତ୍ୱ ବାବଦରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ । ତେବେ ଦୀପାବଳି ପୂର୍ବରୁ ପିସିସି ସଭାପତି ଘୋଷଣା ହେଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇ ନେତା ଓଡିଶା ଆସି ବରିଷ୍ଠ ନେତା, ପୂର୍ବତନ ସାଂସଦ, ବିଧାୟକ, ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । 

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ । ସେ କହିଛନ୍ତି, ଦୀପାବଳି ପୂର୍ବରୁ ହୋଇପାରେ ପିସିସି ସଭାପତି ନିଯୁକ୍ତି । ଦୁଇ ଜଣ କେନ୍ଦ୍ରୀୟ ନେତା ଆସିବାର ଅଛି । ସେମାନଙ୍କ ରିପୋର୍ଟ ଆଧାରରେ ନିଷ୍ପତ୍ତି ହେବ । ଅନେକ ବିଜେଡି ନେତା ଆମ ସମ୍ପର୍କରେ ଅଛନ୍ତି । ପିସିସି ସଭାପତି ନିଯୁକ୍ତି ପରେ ଅନେକ କିଛି ନୂଆ ହେବ ବୋଲି ମୋକିମ୍ କହିଛନ୍ତି ।

You Can Read:

ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ଅଣପଞ୍ଜିକୃତ ହବିଷ୍ୟାଳି, ୧୪୦ ଜଣଙ୍କ ପାଇଁ ବ୍ୟବସ୍ଥା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.