ଭୁବନେଶ୍ବର ୨୬।୭: ଆଳୁର ବର୍ଦ୍ଧିତ ଦର ବୃଦ୍ଧି ଓ ଅଭାବକୁ ନେଇ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଆଳୁର ଅଭାବକୁ ଦେଖି ଅପରାହ୍ନ ୩ଟାରେ ଜରୁରୀ କାଳୀନ ବୈଠକ ଡାକିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏ ନେଇ ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି , ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଏ ନେଇ ଆମେ ତାଙ୍କ ସହ ଆଲୋଚନା କରିବୁ । ଯଦି ତୁରନ୍ତ ଆଳୁ ସମସ୍ୟା ସମାଧାନ ନ ହେଉଛି ଆମେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଲୋଚନା କରିବୁ । ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ ତେବେ ଉତ୍ତରପ୍ରଦେଶରୁ ଖୁବଶୀଘ୍ର ଆଣିବୁ । ଆମେ ଅନୁଧ୍ୟାନ କରିଛୁ ମାର୍କେଟରେ ଆଳୁ ରେଟ୍ କମ୍ ଅଛି । ମୁଁ ୫ କେଜି ଆଳୁ ଆଣିଛି ୧୩୫ ଟଙ୍କାରେ । ଗୋଦାମ ଉପରେ ମୁଁ ଚଢ଼ାଉ କରିଥିଲି । ସେଠି ୨୭ ଟଙ୍କା ଦାମ୍ ରହିଛି । ସେହି ଅନୁଯାୟୀ ରିଟେଲ ୩୨ ଟଙ୍କା ରହିବ କଥା । ମୁଁ ସମସ୍ତଙ୍କୁ ଅପିଲ କରୁଛି କେହି ୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ କେଜି ବିକନ୍ତୁ ନାହିଁ ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ସେପଟେ, ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସି ପାରୁନାହିଁ ଆଳୁ । ପଶ୍ଚିମବଙ୍ଗ ଓଡ଼ିଶା ସୀମାରେ ଅଟକିଛି ଶତାଧିକ ଟ୍ରକ୍ । ପଶ୍ଚିମବଙ୍ଗ ପ୍ରଶାସନ ଦ୍ବାରା ଅଟକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୀମାନ୍ତ ଲକ୍ଷ୍ମଣନାଥ ଟୋଲପ୍ଲାଜାର ଅନତୀ ଦୂରରେ ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଆସୁଥିବା ବେଳେ, ଲଗାତର କିଛି ଦିନ ଧରି ଆଳୁକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଆଳୁ ଦର ୨୦ ଟଙ୍କା କେଜି ପ୍ରତି ଥିବାବେଳେ, ଏବେ ୪୫ ଟଙ୍କାରେ ପହଞ୍ଚିଛି । ଏହାର କାରଣ ପାଲଟିଛି ପଶ୍ଚିମବଙ୍ଗ ସରକାର । ପ୍ରବେଶ ଅନୁମତି ନଥିବାରୁ ଟ୍ରକ୍ ଆସିପାରୁନଥିବା ସୂଚନା । ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ପୋଲିସ ନାକା ପଏଣ୍ଟ କରି ସମସ୍ତ ଗାଡ଼ି ତନଖି କରି ଅଟକ ରଖିଛି । ତେବେ ସୀମାରେ ଓଡ଼ିଶା ଅଭିମୁଖେ ଯାଉଥିବା ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକ ଥିବା ଦେଖିବାକୁ ମିଳିଛି । ତେବେ ଗାଡ଼ିର ଡ଼୍ରାଇଭର, ହେଲ୍ପର ମାନେ ପଶ୍ଚିମବଙ୍ଗ ପ୍ରଶାସନ ଦ୍ବାରା ଅଟକ ଥିବା କହିଛନ୍ତି ।
You Can Read:
ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକିଛି ଶହ ଶହ ଆଳୁ ଟ୍ରକ୍, ପ୍ରବେଶ ଅନୁମତି ନଥିବାରୁ ଆସିପାରୁନି