ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

Published By : Prameya-News7 Bureau | November 06, 2024 IST

ଭୁବନେଶ୍ୱର ୦୬/୧୧:ଭିଜିଲାନ୍ସ ଜାଲରେ ଇଡ୍‌କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂ । ଜୁନିୟର ମ୍ୟାନେଜରଙ୍କ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ୬ ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି । ଚଢାଉରେ ୮ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି । 

ବର୍ତ୍ତମାନ ଖୋର୍ଦ୍ଧା ଓ ପୁରୀର ୬ ଟି ସ୍ଥାନରେ ଏକକାଳୀନ ରେଡ୍‌ ଜାରି ରହିଛି । ଆର୍ଯ୍ୟବିହାର ୫୦୪ ପ୍ଳଟ୍‌ରେ ଥିବା ଘର, ପୁରୀ ବାଲୁଖଣ୍ଡ ୪୩୦ ବି ବ୍ଲକ୍‌ର ଚତୁର୍ଥ ମହଲାରେ ଥିବା ଫ୍ଲାଟ୍‌, ଜଙ୍କିଆ ମୁଣ୍ଡମ୍ବାରେ ଥିବା ପୈତୃକ ଘରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । ଏହା ସହ ଭୁବନେଶ୍ଵରର ଇଡ୍‌କୋ କାର୍ଯ୍ୟାଳୟ, ଜଙ୍କିଆ ଠାରେ ଥିବା କ୍ରସର ଏବଂ ଭୁବନେଶ୍ବର ସାମନ୍ତରାପୁର ଠାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି । ତେବେ ଚଢାଉରେ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଛି । ଆଗକୁ ଚଢାଉ ପରେ ଆକଳନ ହେବ ଜବତ ସମ୍ପତ୍ତିକ ଆକଳନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.