LIVE TV

ରାଜ୍ୟର ପ୍ରତ୍ୟେକ ଶିଶୁ ପୋଷଣଯୁକ୍ତ ଖାଦ୍ୟ ପାଇବା ହେଉଛି ଗୁରୁତ୍ୱପୂର୍ଣ୍ଣ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

NEWS7
old-man-critical-in-elephant-attack-in-nilgiri

କଟକ: ‘‘ରାଜ୍ୟର ପ୍ରତ୍ୟେକ ଶିଶୁ ପୋଷଣଯୁକ୍ତ ଖାଦ୍ୟ ପାଇବା ହେଉଛି ଗୁରୁତ୍ୱପୂର୍ଣ୍ଣ। ଯେତେବେଳ ତାହା ସମ୍ଭବ ହୋଇପାରିବ। ସେତେବେଳେ ଡଃ ହରେକୃଷ୍ଣ ମହତାବଙ୍କ ସ୍ବପ୍ନର ଓଡ଼ିଶା ଗଠନ ହୋଇପାରିବ ।’’ କଟକରେ ଆୟୋଜିତ ଡଃ ହରେକୃଷ୍ଣ ମହତାବ ଜୟନ୍ତୀରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଡଃ ହରେକୃଷ୍ଣ ମହତାବ ଥିଲେ ଜଣେ ବିଚକ୍ଷଣ ରାଜନେତା, ସାମ୍ବାଦିକ, ସାରସ୍ୱତ ସାଧକ, ଇତିହାସ ଗବେଷକ ଏବଂ ଜଣେ ପ୍ରଚଣ୍ଡ ଦେଶଭକ୍ତ। ଓଡ଼ିଶାରେ ଗଡ଼ଜାତ ମିଶ୍ରଣର ପ୍ରମୁଖ କର୍ଣ୍ଣଧାର ଥିଲେ ଡଃ ହରେକୃଷ୍ଣ ମହତାବ। ପରବର୍ତ୍ତୀ କାଳରେ ସେହି ନୀତିକୁ ଆପଣାଯାଇ ପଞ୍ଜାବ ଭଳି ରାଜ୍ୟର ପୁନଃର୍ଗଠନ ହୋଇପାରିଥିଲା ବୋଲି କହିଛନ୍ତି ଧର୍ମେନ୍ଦ୍ର। ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଯେତିକି ସ୍ମରଣୀୟ କାର୍ଯ୍ୟ କରିଯାଇଛନ୍ତି। ନବ ଉତ୍କଳ ଗଠନରେ ତାଙ୍କର ରହିଛି ଅତୁଳନୀୟ ଅବଦାନ। ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହିତ, ସାଧାରଣ ଲୋକଙ୍କ ସ୍ୱର ଭାବେ ସେ ପ୍ରଜାତନ୍ତ୍ର ଜରିଆରେ ସ୍ୱର ଉଠାଉଥିଲେ।

ଆୟୋଜିତ ଜୟନ୍ତୀ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ଵ୍ୟକ୍ତି ମାନେ ଯୋଗଦେଇ ଡଃ ମହାତବଙ୍କ ସ୍ମୁତି ଚାରଣ କରିଛନ୍ତି।