ଗାଁ ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଠାବ, ମଙ୍ଗଳବାରଠୁ ଥିଲେ ନିଖୋଜ

Published By : Prameya-News7 Bureau | October 16, 2024 IST

ବୈପାରିଗୁଡ଼ା ୧୬।୧୦ : ନିଖୋଜ ବୃଦ୍ଧଙ୍କ ମରଶରୀର ଗାଁ ପୋଖରୀରୁ ଠାବ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ବାଲିଗାଁରେ ଘଟିଛି ଏଭଳି ଘଟଣା । ମୃତକ ବାଲିଗାଁର ୬୦ ବର୍ଷୀୟ ଧାନ ନାୟକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ମଙ୍ଗଳବାର ସଂଧ୍ୟାରେ ଧାନ ନାୟକ ଗାଧୋଇବା ପାଇଁ ବାହାରିଥିଲେ । ବିଳମ୍ବିତ ରାତି ଯାଏଁ ସେ ଘରକୁ ଫେରିନଥିଲେ । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତ୍ତା ପାଇନଥିଲେ । ଶେଷରେ ବୁଧବାର ସକାଳେ ଗାଁ ପୋଖରୀ ହୁଡ଼ାରେ ତାଙ୍କ ଚପଲ, ଧୋତି ଏବଂ ଗାମୁଛା ଦେଖି ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦିଆଯାଇଥିଲା । ବୈପାରୀଗୁଡ଼ା ଅଗ୍ନିଶମ ବାହିନୀ ବାଲିଗାଁରେ ପହଞ୍ଚି ପୋଖରୀରୁ ମୃତଦେହକୁ ଠାବ କରିଥିଲା । ଆଉ ଶବକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ରାମଗିରି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.