ଘର ଉପରେ ମାଡ଼ିଗଲା ଟ୍ରକ୍, ଶୋଇଥିବା ଅବସ୍ଥାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

Published By : Prameya-News7 Bureau | July 06, 2024 IST

ରାଇରଙ୍ଗପୁର ୬।୭: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୨ ଚକିଆ ଟ୍ରକଟି ରାସ୍ତା କଡକୁ ଥିବା ଏକ ଘର ଉପରକୁ ମାଡ଼ି ଯାଇଥିଲା । ଭୋର ୪ଟା ୩୦ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘରେ କମଳା ପାତ୍ରଙ୍କ ପରିବାରର ସମସ୍ତ ୭ ଜଣ ଶୋଇଥିଲେ । ହେଲେ କମଳା ପାତ୍ର (୬୫) ଶୋଇଥିବା ଘରକୁ ଟ୍ରକ ଧକ୍କା ଦେବାରୁ କାନ୍ଥରେ ଚାପି ହୋଇ କମଳା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ୨୨୦ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରେ ଲାଗିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଚାରି ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଥିବାରୁ ଦୁଇ ପଟେ ଯାନବାହାନର ଲମ୍ବା ଲାଇନ ଲାଗିଛି । ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

You Can Read:

ବନ୍ଧାହେଲେ ବୋଲଗଡ ଜେଇ ନୃସିଂହ ନାଥ ପ୍ରଧାନ, ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.