ସିରିଜ୍ ହାରିଲା ପରେ ରାଗିଗଲେ ଗିଲ୍, କହିଲେ -'ଟପ୍ ଅର୍ଡର୍ ଫେଲ୍, ଫିଲ୍ଡିଂ ବି ଖରାପ'

NEWS7
olive-ridleys-egg-process-begins-in-rushikulya-muhan

ଇନ୍ଦୋର,୯|୦୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜରେ-ରେ ପରାସ୍ତ ହୋଇଛିଟିମ୍ ଇଣ୍ଡିଆ । ଇନ୍ଦୋରର ହୋଲକାର ଷ୍ଟାଡିୟମରେ ତୃତୀୟ ଦିନିକିଆ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବିଶାଳ ସ୍କୋର କରିଥିଲା । ତେବେ ଭାରତ ରନ୍ ଚେଜ୍ କରିବାରେ ବିଫଳ ହୋଇଥିଲା। ବିରାଟ କୋହଲି ଜବରଦସ୍ତ ଶତକ ଲଗାଇଥିଲେ ମଧ୍ୟ ଦଳର ବିଜୟ ପାଇଁ ଏହା ଯଥେଷ୍ଟ ନଥିଲା । ଭାରତ ବିଜୟ ଲକ୍ଷ୍ୟଠୁ୪୧ରନ୍ ପଛରେ ରହିଯାଇଥିଲା ।

ତେବେ ଭାରତ ସିରିଜ୍ ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ଶୁଭମନ ଗିଲ୍ । ଦଳର ପ୍ରଦର୍ଶନକୁ ନେଇ ସେ ଖୁସି ନଥିବା କହିଛନ୍ତି । ସେ କହିଛନ୍ତି ଯେ, ସିରିଜ-ରେ ବରାବର ସ୍ଥିତିରେ ଥିଲା । କିନ୍ତୁ ନିର୍ଣ୍ଣାୟକ ମୁକାବିଲା ଯେପରି ଭାବେ ଖେଳାଯାଇଥାନ୍ତା ସେମିତି ଖେଳାଳି ପ୍ରଦର୍ଶନ କରିନଥିଲେ ।

ସେ ଆହୁରି କହିଛନ୍ତି ଯେ, ଅନେକ ସୁଯୋଗର ଫାଇଦା ଉଠାଇବାରେ ଭାରତୀୟ ପ୍ଲେୟାର ବିଫଳ ହୋଇଥିଲେ । କୌଣସି ଜଣେ ଖେଳାଳିଙ୍କୁ ସେ ଦୋଷ ଦେଇ ନାହାଁନ୍ତି । କିନ୍ତୁ ସେ ଟପ୍ ଅର୍ଡରର ବିଫଳତା ଏବଂ ସଟ୍ ଚୟନରେ ଭୁଲକୁ ଦାୟୀ କରିଛନ୍ତି ।ଅର୍ଥାତ ସେ ପରୋକ୍ଷରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟରଙ୍କୁ ଦାୟୀ କରିଥିବା ଚର୍ଚ୍ଚା ହେଉଛି ।ଏହାସହ ଭାରତୀୟ ଦଳ ଫିଲ୍ଡିରେ ଅତି ଖରାପ ପ୍ରଦର୍ଶନ କରିଥିଲା । ଅନେକ କ୍ୟାଚ୍ ହାତଛଡା ହୋଇଥିଲା ।

କୋହଲି ଏବଂ ହର୍ଷିତଙ୍କ ପ୍ରଶଂସା

ଗିଲ୍ ଆହୁରି କହିଛନ୍ତି ଯେ, ଦଳର ପ୍ରଦର୍ଶନକୁ ନେଇ ଆତ୍ମଚିନ୍ତନ ଜରୁରୀ । ବିରାଟ ଯେପରି ଭାବେ ବ୍ୟାଟିଂ କରିଛନ୍ତି ତାହା ଦଳ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେ ଲଗାତାର ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସେହିପରିନମ୍ବର ସ୍ଥାନରେ ବ୍ୟାଟିଂ କରିବା ସହଜ ନୁହେଁ । କିନ୍ତୁ ହର୍ଷିତ ରାଣାସିରିଜରେ ଭଲ ବ୍ୟାଟିଂ କରିଛନ୍ତି । ସେହିପରି ଦ୍ରୁତ ବୋଲରମାନେ ମଧ୍ୟ ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବିଶ୍ୱକପକୁ ନଜରରେ ରଖି ନିତିଶ ରେଡ୍ଡିଙ୍କୁ ଏବେଠୁ ପ୍ରସ୍ତୁତ କରାଯିବା ଦରକାର । ସେ ବ୍ୟାଟିଂ କରିବାକୁ ଚାହିଁଲେ ତାଙ୍କୁ ଅଧିକ ଓଭର ଦେବାକୁ ପଡିବ । ତାଙ୍କୁ ତିନି କିମ୍ବା ଚାରି ନମ୍ବରରେ ବ୍ୟାଟିଂ କରିବା ପାଇଁ ସୁଯୋଗ ମିଳିବା ଦରକାର । ଆଗାମୀ ଦିନରେ ଦଳ ଏନେଇ କାମ କରିବ ବୋଲି ସେ କହିଛନ୍ତି ।