ରାଜ୍ୟରେ ଖୋଲିବ ନୂଆ ୩ଟି କ୍ଷୀର ପ୍ଲାଣ୍ଟ : ଓମ୍‌ଫେଡ ପାଣି, ଚକୋଲେଟ୍ ଆସିବ

Published By : Prameya-News7 Bureau | November 16, 2024 IST

ଭୁବନେଶ୍ବର ୧୬।୧୧: ଓମ୍‌ଫେଡ ହେଉଛି ଓଡ଼ିଶାର ଅସ୍ମିତା । ଆଗାମୀ ଦିନରେ ଓମ୍‌ଫେଡକୁ ସୃଦୁଢ଼ କରିବା ସହ କ୍ୱାଲିଟି କ୍ଵାଣ୍ଟିଟିରେ କମ୍ପ୍ରମାଇଜ କରାଯିବନି ବୋଲି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ପ୍ଲାଣ୍ଟ ଗୁଡିକରେ ସିସିଟିଭି ଲାଗିବ । ରାଜ୍ୟରେ ଖୋଲିବ ନୂଆ ୩ଟି କ୍ଷୀର ପ୍ଲାଣ୍ଟ । ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱର ଠାରେ ଖୋଲିବ ନୂଆ ପ୍ଲାଣ୍ଟ । ଓମ୍‌ଫେଡ ପାଣି, ଚକୋଲେଟ ଆସିବ । ବିଭିନ୍ନ ସ୍ଥାନରେ ଓମ୍‌ଫେଡ ପାର୍ଲର ଖୋଲାଯିବ । କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ । ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି । ପର୍ଯ୍ୟାୟ କ୍ରମେ ଆଉ ଖୋଲିବ । ଓମ୍‌ଫେଡର ୨ କୋଟି ବକେୟା ରାଶି ରହିଛି । ନୋଟିସ ପରେ ୮୨ ଲକ୍ଷ ଆଦାୟ ହୋଇଛି । ୭ ଦିନ ଭିତରେ ନ ଦେଲେ ଆକ୍ସନ ନିଆଯିବ । ପୁରୀ ଜଗନ୍ନାଥ ମନ୍ଦିରରେ ଓମ୍‌ଫେଡ ଘିଅ ବ୍ୟବହାର ହେବ । ସପ୍ଲାଇ ଆରମ୍ଭ ହୋଇଛି । ସମସ୍ତ ମନ୍ଦିରରେ ଓମ୍‌ଫେଡ ଘିଅ ବ୍ୟବହାର ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।  ଜଗନ୍ନାଥ ମନ୍ଦିରରେ ଦିନକୁ ୪ ଟନ୍ ଘିଅ ଆବଶ୍ୟକ ରହିଛି । ପ୍ରତି ଦିନ ୮ରୁ ୧୦ ଟନ୍ ଘିଅ ଉତ୍ପାଦନ ହେଉଛି । ଓମ୍‌ଫେଡ ସଂସ୍ଥାକୁ ପୁନର୍ଗଠନ କରାଯିବ । ଅଧିକ ଆତ୍ମନିର୍ଭର କରାଯିବ । ଚାଷୀଙ୍କ ପ୍ରୋତ୍ସାହନ ରାଶି ୨୯ କୋଟି ୭ ଦିନ ଭିତରେ ଦିଆଯିବ । OMFED ପୋର୍ଟାଲ ଡେଭଲପ କରାଯିବ ।


You Can Read:

ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍କୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି : ଦେବୀ ମିଶ୍ର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.