କଟକ ୬।୭: ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସ ହେଉଛନ୍ତି ଓଡିଆ ଅସ୍ମିତାର ପରିଚୟ । ଜଣେ ମୁକ୍ତି ସଂଗ୍ରାମୀ ଭାବେ ସେ ଯେତିକି ମହନୀୟ କାର୍ଯ୍ୟ କରିଛନ୍ତି । ଓଡିଆ ଭାଷାର ସୁରକ୍ଷା ଦିଗରେ ମଧ୍ୟ ତାଙ୍କର ଦାନ ଅତୂଳନୀୟ । ଏହା କହିଛନ୍ତି ଲୋକସେବକ ମଣ୍ତଳର ସଭାପତି ରାଜକୁମାର । ଶନିବାର କଟକର ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଛି । ଲୋକସେବକ ମଣ୍ତଳ ଏବଂ ସମାଜ ଅନୁଷ୍ଠାନ ପକ୍ଷରୁ ପ୍ରଥମେ ମହାନଦୀରେ ତିଳତର୍ପଣ କରାଯାଇଥିଲା । ପରେ ବାରବାଟୀ ଷ୍ଟାଡିୟମ ଏବଂ ଗୋପବନ୍ଧୁ ବାଗରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ପଣ୍ତିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ପରେ ସମାଜ କାର୍ଯ୍ୟାଳୟ ପରିସରରେ ଏକ ସର୍ବଧର୍ମ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
You Can Read:
ଆଠଗଡରେ ୨୪ଟି ସ୍କୁଲର ପୁନରୁଦ୍ଧାର ଓ ଶିକ୍ଷକ ପଦବୀ ପୂରଣ ଲାଗି ଦାବି କଲେ ବିଧାୟକ ରଣେନ୍ଦ୍ର ପ୍ରତାପ