ହାତୀ ଘଉଡାଇବା ବେଳେ ଆକ୍ରମଣ, ହାତୀ ହାବୁଡରେ ପଡି ଜଣେ ଗୁରୁତର

Published By : Prameya-News7 Bureau | June 15, 2024 IST

ପାଟଣାଗଡ ୧୫।୬: ବଲାଙ୍ଗିର ଜିଲ୍ଲା ଦେଉଗାଁ ସଇଁତଲା ବ୍ଲକ ମଝିରେ ଥିବା ଜଙ୍ଗଲରୁ ୧୨ ଟିକିଆ ହାତୀ ପଲ ପାଟଣାଗଡ ବ୍ଲକ ମଘାମରା ସ୍ଥିତ କୁରିବାକି ଜଙ୍ଗଲକୁ ଚାଲିଆସିଥିଲେ । ହାତୀ ପଲ ଶୁକ୍ରବାର ସନ୍ଧ୍ୟା ସମୟରେ ଦନ୍ଦରାବାହାଲ ଗାଁ ଭିତରକୁ ପଶି ଗାଁରେ ମୁଣ୍ଡରେ ଥିବା କଦଳୀ ଗଛ ନଷ୍ଟ କରଥିଲେ । ବର୍ତ୍ତମାନ ହାତୀ ପଲ ମଘାମରା ଓ ଆମଦର୍ହ ମଝିରେ ଥିବା କିରିବାକି ଜଙ୍ଗଲରେ ରହୁଥିବା ଖବର ପାଇଁ ପାଟଣାଗଡ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚ ହାତୀ ପଲକୁ ଘଉଡାଇବା ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ପାରା ଫରେଷ୍ଟ ଷ୍ଟାଫ୍ ଉତ୍ତମ ସିଂ ହାତୀ ହାବୁଡରେ ପଡିଥିଲେ । ହାତୀ ତାଙ୍କ ଗୋଡ ମାଡିଦେବା ଫଳରେ ଡାହାଣ ଗୋଡ ଭାଙ୍ଗିଯାଇଥିଲା । ଗୁରୁତର ଅବସ୍ଥାରେ ପାଟଣାଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ହାତୀ ପଲ ମଘାମରା ଜଙ୍ଗଲରେ ରହିଥିବା ବେଳେ ଜଙ୍ଗଲକୁ ନଯିବାକୁ ରାତିରେ ଘରୁ ନବାହାରିବା ପାଇଁ ବନ ବିଭାଗ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି ବୋଲି ରେଞ୍ଜର କହିଛନ୍ତି ।  

You Can Read :

କାଶୀପୁର ଅଜଣା ରୋଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ, କାରଣ ଖୋଜିବା ସହ ନିୟନ୍ତ୍ରଣ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.