ଘଟଗାଁ ୫।୬: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବିଣାଝରୀ ଗ୍ରାମ ନିକଟ ଜଙ୍ଗଲ ନିକଟରେ ଭାଲୁ ଆକ୍ରମଣ କରିଛି । ଆକ୍ରମଣରେ ଗ୍ରାମର ଚୈତନ୍ୟ ନାଏକଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ ଯେ, ଚୈତନ୍ୟ ବୁଧବାର ଭୋର ୪ଟା ସମୟରେ ଟିକରପଡା ସାହିରୁ ଜଙ୍ଗଲ ରାସ୍ତା ଦେଇ ନିଜ ଘରକୁ ଆସୁଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଫଳରେ ଭାଲୁ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଶବକୁ ଜବତ କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ତଦନ୍ତ ଚଳାଇଛନ୍ତି । ତେବେ କିପରି ତାଙ୍କୁ ସରକାରୀ ସହାୟତା ମିଳିପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
You Can Read :
ବିଜେପିକୁ ଫେରିବେ କି ହିମାଂଶୁ ଶେଖର ସାହୁ ? ନିର୍ବାଚନ ଫଳାଫଳ ପରେ ଧର୍ମେନ୍ଦ୍ର ପ୍ରଧାନକୁ ଭେଟିଲେ