ଆଠମଲ୍ଲିକ ୧୩।୧୦: ଆଠମଲ୍ଲିକ ଥାନା ଯଦୁପୁର ଗ୍ରାମରେ ଲଷ୍ମୀ ବସ୍ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଯଦୁପୁର ଗ୍ରାମ ପରମେଶ୍ୱର ବେହେରାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ପରମେଶ୍ୱର ବେହେରାଙ୍କ ପୁଅ ଅର୍ଜୁନ ବେହେରାଙ୍କ କହିବା ଅନୁସାରେ, ଲଷ୍ମୀ ବସ୍ ଦ୍ରୁତ ଗତିରେ ଆସୁଥିଲା । ବାପା ରାସ୍ତା କଡ଼ରେ ଛିଡା ହୋଇଥିଲେ । ବାପାଙ୍କୁ ଲଷ୍ମୀ ବସ୍ ଧକ୍କା ମାରିଦେଇ ଚାଲିଗଲା । ପରେ ଡ୍ରାଇଭର ଆଠମଲ୍ଲିକ ଥାନାରେ ବସ୍କୁ ଛାଡି ଦେଇ ଚାଲିଚାଲି ଯାଇଥିବା ଖବର ମିଳିଛି । ମାନବିକତା ଦୃଷ୍ଟିରୁ ଗୁରୁତର ଅବସ୍ଥାରେ ପଡ଼ିଥିବା ପରମେଶ୍ୱରକୁ ମେଡିକାଲକୁ ନନେଇ ଲଷ୍ମୀ ବସ୍ ଛାଡି ପଳାଇବା ଘଟଣାକୁ ନାପସନ୍ଦ କରିଛନ୍ତି ଗୁରୁତର ଆହାତଙ୍କ ପୁଅ ଅର୍ଜୁନ ବେହେରା ।
You Can Read: