ମଦ କାରବାରକୁ ବିରୋଧ କରିବାରୁ ଇଟାରେ ଛେଚି ହତ୍ୟା, ଜଣକୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 02, 2024 IST

ସୁନ୍ଦରଗଡ଼ ୨।୧୦: ମଦ କାରବାରକୁ ନେଇ ହତ୍ୟାକାଣ୍ଡ । ମଦ କାରବାରକୁ ବିରୋଧ କରିବାରୁ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା । ସୁନ୍ଦରଗଡ ହେମଗିରି ଥାନା ଟାଙ୍ଗରଡିହି ଠାରେ ବଡ ଭାଇ ଓ ସାନ ଭାଇ ମିଶି ଜଣେ ବ୍ୟକ୍ତିଙ୍କୁ ତାଙ୍କ ନିଜ ଘର ଛାତରେ ଇଟାରେ ଛେଚି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି ।

ପରିବାର ଲୋକଙ୍କ କହିବା ଅନୁସାରେ, ମଦ କାରବାରକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି । ମଦ କାରବାର କରୁଥିବା ଟାଙ୍ଗରଡ଼ିହି ଗ୍ରାମର ୱାର୍ଡ ସଭ୍ୟ ସନବୋଧ ବୁଡା ଓ ଭାଇ ଅଶୋକ ବୁଡା ସେହି ଗ୍ରାମର କରୁଣା ସିଂହଙ୍କୁ ହତ୍ୟା କରିଛନ୍ତି । ମଦକାରବାରକୁ ଅନେକ ଦିନ ଧରି ବିରୋଧ କରି ଆସୁଥିଲେ,  ସନବୋଧ ଏବଂ ଅଶୋକ । ମୃତକ କରୁଣା ସିଂହ ସହ ଗଣ୍ଡଗୋଳ ଓ ମାରପିଟ କରୁଥିବା ବେଳେ କରୁଣା ସିଂହ ଜୀବନ ବଞ୍ଚାଇ ନିଜ ଘର ଛାତ ଉପରକୁ ଦୌଡ଼ି ପଳାଇ ଥିଲେ, ପଛେ ପଛେ ସନବୋଧ ଓ ଅଶୋକ କରୁଣାଙ୍କ ଘର କବାଟ ଭାଙ୍ଗି ଘରେ ପଶି ଘର ଛାତକୁ ଚଢ଼ି କରୁଣାଙ୍କୁ  ଇଟାରେ  ଛେଚି ହତ୍ୟା କରିଥିଲେ । ସେହି ସମୟରେ ଘରେ କରୁଣାଙ୍କ ଭାଉଜ ଓ ବାପା-ମା’ ସନବୋଧ ଓ ଅଶୋକ ଆଗରେ କରୁଣାକୁ ନ ମାରିବା ପାଇଁ ଗୁହାରି କରିଥିଲେ । କିନ୍ତୁ ଦୁଇ ଭାଇ କୋଣସି କଥା ଶୁଣିନଥିଲେ । ବାପା-ମା’ ଗାଁ ଲୋକକୁ ଡାକିବା ପାଇଁ ଯାଇ ଫେରିବା ବେଳକୁ  ଅଭିଯୁକ୍ତ ମାନେ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲେ । ଏ ନେଇ ମୃତକଙ୍କ ଭାଉଜ ପରମେଶ୍ୱରୀ ସିଂହ ତାଙ୍କ ଦିଅର କରୁଣାକୁ ହତ୍ୟା କରାଯାଇଥିବା ନେଇ ଥାନାରେ  ଲିଖିତ ଅଭିଯୋଗ ଦେଇଛନ୍ତି । 

ହେମଗିର ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ୱାର୍ଡ ସଭ୍ୟ ସନବୋଧ ବୁଡା ଓ ଭାଇ ଅଶୋକ ବୁଡାକୁ ଥାନାକୁ ଆଣିଥିଲେ । ଓ୍ବାର୍ଡ ସଭ୍ୟ ସନବୋଧ ବୁଡାକୁ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡରେ ଅଶୋକ ବୁଡା ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇନଥିବା ପୋଲିସ ସୂଚନା ଦେଇଛି । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି ।

You Can Read:

ପବିତ୍ର ମହାଳୟା, ଶ୍ରୀକ୍ଷେତ୍ର ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ତଦାନ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.