ହିନ୍ଦୋଳ ୧୩।୦୧ : କ୍ରିକେଟ ଖେଳରୁ ଗୋଷ୍ଠୀ ସଂଘର୍ଷ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଡାପଡା ଗ୍ରାମରେ ହୋଇଛି ଗୋଷ୍ଠୀ ସଂଘର୍ଷ । ଘର ଭଙ୍ଗାରୁଜା ସାଙ୍ଗକୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଏହି ବିବାଦରେ ରାକେଶ ପରିଡା ନାମକ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଯୁବକଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।
ଖବର ଅନୁଯାୟୀ, ରବିବାର ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ୍ ପରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏପିରିକି ରାତିରେ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ସ୍ଥାନୀୟ ସରପଞ୍ଚଙ୍କ ଭାଇ ରାକେଶ ପରିଡ଼ାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ରାକେଶଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବିଳମ୍ବିତ ରାତି ପ୍ରାୟ ୧୦ଟା ୩୦ ସମୟରେ କଟକ ସ୍ଥାନାନ୍ତରିତ କରାଯାଇଛି ।
ସେପଟେ ବିବାଦ ପରେ ଗାଁରେ ରବିବାର ରାତିରେ ତିନି ପୋଲିସ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଆଗାମୀ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି କିପରି ନଉପୁଜେ । ସେଥିପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି । ଏହାସହିତ ଗଣ୍ଡଗୋଳରେ ସାମିଲ ଥିବା କିଛି ଯୁବକଙ୍କୁ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି ।
ପୁଣି ଚାଲାକି ଦେଖାଇଲାଣି ଚୀନ୍, LAC ନିକଟରେ କଲା ଯୁଦ୍ଧାଭ୍ୟାସ