ବାରହା ଆକ୍ରମଣରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | September 29, 2024 IST

ନୟାଗଡ ୨୯।୯: ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ଗୁରୁତର । ନୟାଗଡ ଜିଲ୍ଲା କୁରାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଜଣଙ୍କ ହେଲେ କୁରାଳ ଗାଁର ଅଭିମନ୍ୟୁ ବିଶ୍ବାଳ । ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା କୁରାଳ ଗାଁର ଅଭିମନ୍ଯୁ ରବିବାର ସକାଳୁ ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହଠାତ ଏକ ବାରହା ଆକ୍ରମଣ କରିଥିଲା । ବାରହା ଆକ୍ରମଣରେ ଅଭିମନ୍ୟୁଙ୍କ ମୁଣ୍ଡ, ମୁହଁ, ଗୋଡ, ହାତ ଆଦିକୁ ଆକ୍ରମଣ କରିଛି । ବିଲରେ କାମ କରୁଥିବା ଅନ୍ଯ ଲୋକମାନେ ଅଭିମନ୍ୟୁଙ୍କୁ ଉଦ୍ଧାର କରି ପ୍ରଥମେ ଓଡଗାଁ ଏବଂ ପରେ ନୟାଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ବାରହା ଉତ୍ପାତ ଦେଖିଥିବା ସ୍ଥାନୀୟ ଲୋକ କହିଛନ୍ତି ।

You Can Read:

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.