ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର

Published By : Prameya-News7 Bureau | October 02, 2024 IST

ନିଶ୍ଚିନ୍ତକୋଇଲି ୨।୧୦: ବାଣ ତିଆରି ବେଳେ ଅଘଟଣ । ବିସ୍ଫୋରଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗାଁରେ ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ରବୀନ୍ଦ୍ର ଦଳାଇଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସର ତଦନ୍ତ ବେଳେ ବିପୁଳ ପରିମାଣର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି ସାଲେପୁର ପୋଲିସ । ନିଶ୍ଚିନ୍ତକୋଇଲି ବ୍ଲକରେ ବିଭିନ୍ନ ସ୍ଥାନରେ କୁଟୀର ଶିଳ୍ପ ଭଳି ଏଭଳି ବେଆଇନ ବାଣ ତିଆରି କାରଖାନା ଛତୁ ଫୁଟିଲା ଭଳି ଗଢ଼ି ଚାଲିଛି । ଆଗକୁ ଦଶହରା ଓ ଦୀପାବଳି ଥିବାରୁ ଏହି ଅଞ୍ଚଳରେ ଏହି ବେଆଇନ ବାଣ ତିଆରି କାରଖାନା ଚାଲିଛି । ଅଳ୍ପ ଖର୍ଚ୍ଚରେ ବହୁତ ଲାଭ ହେଉଥିବାରୁ ଏହି ବେଆଇନ ବାଣ କାରଖାନା ଗାଁ ଗହଳିରେ ମୁଣ୍ଡ ଟେକିଛି । ଜିଗ୍ନିପୁର ବାଣ ବିସ୍ଫୋରଣ ଘଟଣାରେ ସୂଚନା ଅନୁଯାୟୀ ଏଠାରେ ଦୀର୍ଘ ଦିନରୁ ଏହି ବେଆଇନ ବାଣ ତିଆରି କାରଖାନା ଚାଲି ଆସୁଥିଲା ।

You Can Read:

ବୁଧବାରଠୁ ଲୋକଙ୍କ ପାଖକୁ ଯିବ ବିଜେଡି, ସରକାରଙ୍କ ବିଫଳତା ଜଣାଇବ; ଏମିତି ଜବାବ ଦେଲା ବିଜେପି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.