ଅପରେସନ୍ ଗ୍ରୀନ୍ କ୍ଲିନ୍, ବୌଦ୍ଧର ଦୁଇ ଥାନା ଅଞ୍ଚଳରୁ ଲକ୍ଷେ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ

Published By : Prameya-News7 Bureau | November 14, 2024 IST

ବୌଦ୍ଧ ୧୪।୧୧: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଗଞ୍ଜେଇ ଗଛ ନଷ୍ଟ । ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ଗ୍ରୀନ କ୍ଲିନ୍ ଆରମ୍ଭ ହୋଇଛି । ପ୍ରଥମ ଦିନରେ ମନମୁଣ୍ଡା ପୋଲିସ ସିଗାଡ଼ି ଗ୍ରାମରୁ ୪୯ ହଜାର ଗଞ୍ଜେଇ ଗଛ ନଷ୍ଟ କରିଛି । ପ୍ରାୟ ୪୧ ଏକର ଜଙ୍ଗଲ ଜମିର ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । 

ସେପଟେ ଆଦର୍ଶ ଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ପଞ୍ଚମ ଦିନରେ ପହଞ୍ଚିଲା ଗଞ୍ଜେଇ ଗଛ କଟା ଅଭିଯାନ । ବଏଲ୍ ବେଡା ଓ ଝାରମୁଣ୍ଡା ଗ୍ରାମ କେନାଲ ଅଞ୍ଚଳରେ ବିପୁଳ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । ୭୧ ଏକର ଜମିର ପ୍ରାୟ ୭୧ ହଜାର ଗଞ୍ଜେଇ ଗଛ ନଷ୍ଟ କରିଛି ଆଦର୍ଶ ଥାନା ପୋଲିସ । ତେବେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଏହିଭଳି ଭାବେ ଗଞ୍ଜେଇ ଗଛ ନଷ୍ଟ ଅଭିଯାନ ଆରମ୍ଭ କରାଯିବ । ଜିଲ୍ଲାର ସମ୍ପୂର୍ଣ୍ଣ ଭାବେ ଗଞ୍ଜେଇ ଚାଷକୁ ନିପାତ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

You Can Read:

କନ୍ଧମାଳରେ ଶୀତର ପହିଲି ସ୍ପର୍ଶ, ଘନ କୁହୁଡ଼ିରେ ଆଚ୍ଛାଦିତ ସମଗ୍ର ଅଞ୍ଚଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.