'ତମ କ୍ୟାପ୍ଟେନ୍ ହିନ୍ଦୁ, ଏହାକୁ ଗ୍ରହଣ କରି ସୁଧୁରିଯାଅ...'ବାଂଲାଦେଶକୁ ଚେତାଇ ଦେଲେ ପୂର୍ବତନ ଭାରତୀୟ ଖେଳାଳି

NEWS7
orange-warning-for-severe-heat-wave-in-odisha

ନୂଆଦିଲ୍ଲୀ,|୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିକ୍ତତା ଚରମସୀମାରେ । ଭାରତରେ ଟି୨୦ବିଶ୍ୱକପ୍ ଖେଳିବନି ବୋଲି କହିସାରିଛି ବାଂଲାଦେଶ । ଢାକାରେ ଗତ କିଛି ଦିନ ଧରି ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ । କାରଣ ବାଂଲା ସରକାର ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେଇପାରୁ ନାହାଁନ୍ତି । ଏହାପରେ ଆଇପିଏଲକୁ ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯାଇଥିଲା । ଯାହା ଦୁଇ ଦେଶରକ୍ରିକେଟ ସମ୍ପର୍କକୁ ନଷ୍ଟ କରିଛି । ଏବେ ଟିମ୍ ଇଣ୍ଡିଆପୂର୍ବତନ ଖେଳାଳି ଅତୁଲ ଓ୍ୱାସନ ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଅତୁଲ କହିଛନ୍ତି ଯେ, ବାଂଲାଦେଶ କ୍ରିକେଟ୍ ବୋର୍ଡ ଏବଂ ଆଇସିସି କ୍ରିକେଟରେ ଦେଖାଦେଇଥିବା ଉତ୍ତେଜନାକୁ କମାଇବା ପାଇଁ ପ୍ରୟାସ କରିବା ଦରକାର । ଟି୨୦ବିଶ୍ୱକପର ଭେନ୍ୟୁ ପରିବର୍ତ୍ତନ ବଦଳରେ କିପରି ସମ୍ପର୍କରେ ସୁଧାର ଆସିବ ସେନେଇ ବିସିବି ବିସିସିଆଇ ସହ ଆଲୋଚନା କରିବା ଜରୁରୀ ।

ଓ୍ୱାସନ ଆହୁରି କହିଛନ୍ତି ଯେ, ଲିଟନ ଦାସ ବାଂଲାଦେଶର ଅଧିନାୟକ । ସେ ଜଣେ ହିନ୍ଦୁ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ପୁଣି ଗଢିପାରେ । ଶେଷ ସମୟରେ ମ୍ୟାଚ୍ ପରିବର୍ତ୍ତନ କଲେ ବହୁତ ଅସୁବିଧା ହେବ । ଦୀର୍ଘଦିନ ଧରି ଟି୨୦ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଚାଲିଛି । ଭାରତରେ ସେପରି କିଛି ସୁରକ୍ଷା ଜନିତ ସମସ୍ୟା ନାହିଁ । ତେଣୁଏଠାରେବାଂଲାଦେଶ ମ୍ୟାଚ୍ ଖେଳିବା ନେଇ କୌଣସି ଆପତ୍ତି ପ୍ରକାଶ କରିବା ଅନୁଚିତ ।

ସୂଚନାଯୋଗ୍ୟ, ମଙ୍ଗଳବାର ଆଇସିସି ଟି୨୦ ବିଶ୍ୱକପ୍ ସ୍ଥାନାନ୍ତର ହେବନାହିଁ ବୋଲି କହି ସାରିଛି । ଏହାପରେ ବାଂଲାଦେଶ ବିଶ୍ୱକପ୍ ଖେଳିବ ନାହିଁ ବୋଲି ମତ ଦେଇଥିଲା । ଯଦି ବାଂଲାଦେଶ ନଖେଳେ ତେବେ ତା ଜାଗାରେ ସ୍ପଟଲ୍ୟାଣ୍ଡ୍ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ ।