କଟକ ୧/୧୦: ମାହାଙ୍ଗା ଡବଲ ମର୍ଡର ମାମଲା । ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କୁ ଆଶ୍ବସ୍ତି । ମାମଲାରେ ତାଙ୍କର ସଂପୃକ୍ତି ନଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ସେ ତଦନ୍ତର ସମ୍ମୁଖୀନ ହେବା ନେଇ ନିମ୍ନ ଅଦାଲତ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ୨୦୨୩, ୨୫ ସେପ୍ଟେମ୍ବରରେ ସାଲେପୁର JMFC ନିର୍ଦ୍ଦେଶ ଦେଇଥିଲେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ତଦନ୍ତର ସମ୍ମୁଖୀନ ହେବେ । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପ୍ରତାପ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଦେଶର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ JMFC ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ । ମଙ୍ଗଳବାର ପ୍ରତାପଙ୍କ ଆବେଦନର ଚୂଡାନ୍ତ ରାୟ ଆସିଛି । ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟ ରଦ୍ଦ କଲା ପରେ ପ୍ରତାପ ଜେନାଙ୍କୁ କ୍ଲିନ ଚିଟ୍ ମିଳିବ ବୋଲି କୁହାଯାଇପାରିବ ।
ମହାରାଷ୍ଟ୍ରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ, ଗୃହ ମ...