ସପ୍ତାହେ ହେଲା ବ୍ୟାପିଛି ଝାଡାବାନ୍ତି, ୧୭ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 19, 2024 IST

ଭଞ୍ଜନଗର ୧୯।୭: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଟିକରପଡା ଗ୍ରାମରେ ଗତ ସପ୍ତାହ ହେଲା ବ୍ୟାପିଛି ଝାଡ଼ାବାନ୍ତି । ୧୭ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ବେଲଗୁଣ୍ଠା, ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ପ୍ରତିଦିନ ଗାଁରୁ ଚାରି ପାଞ୍ଚ ଜଣ ରୋଗୀ ଚିକିତ୍ସା ପାଇଁ ମେଡ଼ିକାଲ ଯାଉଛନ୍ତି । ଅନେକ ରୋଗୀ ଚିକିତ୍ସିତ ହୋଇ ଘରକୁ ମଧ୍ୟ ଫେରୁଛନ୍ତି । ଗାଁର ପରିମଳ ଓ ବ୍ୟବହାର କରୁଥିବା ଜଳ କାରଣରୁ ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମବାସୀ ଅନୁମାନ କରିଛନ୍ତି । 

ଗାଁର ଲୋକମାନେ ପଥର କୂଅର ଜଳ ବ୍ୟବହାର କରୁଥିବାରୁ ଏଭଳି ଘଟିଛି । ଗାଁକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପାଇପ୍ ବିଛାଇ ଟ୍ୟାପ୍ ଲାଗିଛି ଓ ଟାଙ୍କି ମଧ୍ୟ ରହିଛି । ହେଲେ ଦୁଇ ବର୍ଷ ବିତିଲାଣି ପିଇବା ପାଣି ଆସୁନି । ଯାହା ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଦୂଷିତ ଜଳ ବ୍ୟବହାର କରୁଛନ୍ତି ।

You Can Read:

ମହାନଦୀ ହେଉ କି କୋଟିଆ ଅବା ପୋଲାଭରମ୍ ଏସବୁ ବିବାଦର ତୁରନ୍ତ ସମାଧାନ ଦରକାର : ତାରା ବାହିନୀପତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.