ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ, ୧୦୦% କ୍ଷମତା ପାଇବେ ସରପଞ୍ଚ : ପଞ୍ଚାୟତିରାଜ ମନ୍ତ୍ରୀ

Published By : Prameya-News7 Bureau | September 03, 2024 IST

ଭୁବନେଶ୍ବର ୩।୯: ରାଜ୍ୟରେ ଖୁବ୍‌ ଶୀଘ୍ର ଲାଗୁ ହେବ ପେସା ଆଇନ । ଗୃହରେ ଏ ନେଇ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି, ବିଜୁ ପଟ୍ଟନାୟକ କହିଥିଲେ ସରପଞ୍ଚ ହେଉଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ସମୟରେ ସେ ସମୟର ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳର କ୍ଷମତା ଦେଇଥିଲେ । କୋଭିଡ୍ ପରେ ସେହି କ୍ଷମତା ପ୍ରତ୍ୟାହାର ହୋଇଥିଲା । ଆଦିବାସୀ ଅଞ୍ଚଳର ସରପଞ୍ଚ ମାନଙ୍କୁ ଯେଉଁ ୨୨ଟି କ୍ଷେତ୍ରରେ କ୍ଷମତା ଦିଆଯାଇଛି, ତାହା ଏବେ ବି ବଳବତ୍ତର ଅଛି । ଆମ ସରକାର ପେସା ଆଇନ ଆଣିବ । ୧୦୦% କ୍ଷମତା ପାଇବେ ସରପଞ୍ଚ । ଗ୍ରାମସଭାକୁ ଲୋକଙ୍କ ଇଚ୍ଛା ଅନୁସାରେ କାମ କରିବାକୁ କ୍ଷମତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟର ସବୁ ଗାଁକୁ ୨୦୨୫ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।

You Can Read:

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି : ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.