ଭାଇଚାରାର ସହର କଟକରେ ନିଆରା ପରମ୍ପରା, ରଜ ସଂକ୍ରାନ୍ତିରେ ଏକାଠି ଖାଇ ପଙ୍ଗତ ପାଳିଲେ କଟକବାସୀ

Published By : Prameya-News7 Bureau | June 16, 2024 IST

କଟକ ୧୬।୬: ଜାତି ବର୍ଣ୍ଣକୁ ଦୂର କରିବା ପାଇଁ ଭାଇଚାରାର ସହର କଟକରେ ରଜ ସଂକ୍ରାନ୍ତିରେ ଆୟୋଜିତ ହୋଇଛି ପଙ୍ଗତ । କଟକ ଶିଖରପୁର ତଳସାହିରେ ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପଙ୍ଗତ ପରମ୍ପରା ଭାଇଚାରା ଖେଳାଇବା ସହ ଜାତି, ବର୍ଣ୍ଣ ଓ ବର୍ଗ ମଧ୍ୟରେ ଥିବା ଭେଦଭାବକୁ ଦୂର କରିବା ପାଇଁ ବାଣ୍ଟିଛି ବାର୍ତ୍ତା । 

ହଜାର ବର୍ଷର ଭାଇଚାରାର ସହର କଟକରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା । ରଜ ସଂକ୍ରାନ୍ତି ଦିନ କଟକ ସହରର ଶିଖରପୁରରେ ଥିବା ଜଗନ୍ନାଥ ମଠରେ ପଙ୍ଗତର ଆୟୋଜନ କରାଯାଇଛି । ନିଜ ନିଜ ଭିତରେ ଭାଇଚାରା ସ୍ଥାପନ କରିବା ପାଇଁ ଶତାଧିକ ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରାକୁ ଏବେ ବି ବଜାୟ ରଖିଛନ୍ତି ସାହି ବାସିନ୍ଦା । ପ୍ରଥମେ ବାଣ ଫୁଟାଇ ତାପରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ସମସ୍ତେ ଏକାଠି ହୋଇ ବସି ଯାଆନ୍ତି ସାତ୍ତ୍ୱିକ ଖାଦ୍ୟ ଖାଇବା ପାଇଁ । ଏକାକାର ପତ୍ରରେ ବଢ଼ାଯାଇଥିବା ସାକାର୍ଣ୍ଣ ଭୋଜନକୁ ଜାତିଗୋତ୍ର ନିର୍ବିଶେଷରେ ସମସ୍ତେ ମିଳିମିଶି ଭୋଜନ କରିଥାଆନ୍ତି ।

You Can Read :

କେମିତି ଶୃଙ୍ଖଳିତ ହେବ ଘୋଷଯାତ୍ରା ? ସିଏମ୍‌ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.