ଜଗତସିଂହପୁର ୨୮।୯: ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଉଥିବା ବେଳେ ଶନିବାର ମଧ୍ୟାହ୍ନ ପରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଶୂନଶାନ୍ ପଲଟିଥିବା ଦେଖାଯାଇଛି । ଏହାର ସୁଯୋଗ ନେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦଲାଲ ସକ୍ରିୟ ହୋଇ ପଡ଼ିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା କେତେକ ଘରୋଇ ନର୍ସିଂ ହୋମ୍କୁ ଡାକିନେଇ ରୋଗୀଙ୍କୁ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହେଉଛି ।
You Can Read:
ଚୋରି ଗାଡିକୁ ଛାଡି ପଳାଇଲେ ଦୁର୍ବୃତ୍ତ, ଦୁର୍ଘଟଣାରେ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ